29.1 C
Bhubaneswar
Monday, May 6, 2024
Homeଓଡିଶାପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନାଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନାଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନାଙ୍କ ପରଲୋକ । ମାତ୍ର ୪୪ବର୍ଷ ବୟସରେ ସଂଗ୍ରାମଙ୍କ ପରଲୋକ ହୋଇଛି । କୋଭିଡ୍ ଆକ୍ରାନ୍ତ ହୋଇ ହାଇଦ୍ରାବାଦ୍‌ରେ ଚିକିତ୍ସିତ ହେଉଥିଲେ । ପରଲୋକ ନେଇ ସୂଚନା ଦେଲେ ଭାଇ ମନୋଜ ଜେନା । ସୂଚନା ଅନୁଯାୟୀ,  କୋଭିଡ୍‌ରେ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ତାଙ୍କୁ ମେ’ ଶେଷ ସପ୍ତାହରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହାଇଦ୍ରାବାଦ ନିଆଯାଇଥିଲା। ତା’ପୂର୍ବରୁ ଓଡ଼ିଶାରେ ୩ ସପ୍ତାହରୁ ଅଧିକ ଦିନ ଧରି ଏକ ଘରୋଇ ହସ୍‌ପିଟାଲ୍‌ରେ ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଥିଲା। ସଂଗ୍ରାମଜେନା କୋଭିଡ୍‌ରେ ଆକ୍ରାନ୍ତ ହେବା ପରେ ତାଙ୍କୁ ହାଇଦ୍ରାବାଦରେ ଏକ ଘରୋଇ ହସ୍ପିଟାଳ୍‌ରେ ଚିକିତ୍ସିତ ହେଉଥିଲେ । ଦୀର୍ଘ ୮୪ ଦିନ ହେଲା ତାଙ୍କର ଇକ୍‌ମୋ ଚିକିତ୍ସା ଚାଲିଥିଲା । ଚିକିତ୍ସା ଚାଲିଥିଲା ବେଳେ ତାଙ୍କର ଷ୍ଟେବୁଲ୍ ଠିକ୍‌ଠାକ୍ ଥିଲା। ହେଲେ ଆଜି ସକାଳୁ ତାଙ୍କର ହାର୍ଟ ସମସ୍ୟା କିଛି ବାହାରି ଥିଲା ।

ହୃଦ୍‌ଘାତ ଜନିତ ମୃତ୍ୟୁ ହୋଇଛି ବୋଲି ତାଙ୍କ ସାନ ଭାଇ ସୂଚନା ଦେଇଛନ୍ତି । କଂଗ୍ରେସର ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ରହିଥିଲେ ସଂଗ୍ରାମ ଜେନା । ଏହା ସହ ଭଦ୍ରକ ଆସନରୁ ଏମପି ପାଇଁ ମଧ୍ୟ କଂଗ୍ରେସରୁ ଠିଆ ହୋଇଥିଲେ । ସେ ଯୁବ କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ, ସଭାପତି, ପିସିସିର ସାଧାରଣ ସମ୍ପାଦକ, ଓ କଟକର ଜିଲ୍ଲା ପ୍ରଭାରୀ ଥିଲେ। ସେ ଅନେକ ସାମାଜିକ ସେବା ସହ ଜଡିତ ଥିଲେ। ଯୁବକମାନହ୍କୁ ଏକାଠି କରି କିପରି କାମ କରିହେବ, ଲୁଲୁଙ୍କ ପରେ ସେ ଦ‍‍‍କ୍ଷତା ତାଙ୍କ ନିକଟରେ ଥିଲା। ତାଙ୍କରି ନେତୃତ୍ୱରେ ହିଁ ହଜାର ହଜାର ଯୁବକ ଓ ଛାତ୍ରମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ସ୍ୱର ଉତ୍ତୋଳନ କରୁଥିଲେ। ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking