33.1 C
Bhubaneswar
Saturday, April 27, 2024
Homeଓଡିଶାନରସିଂହଙ୍କ ନିର୍ବାଚନ ମଣ୍ଡଳି ସମୀକ୍ଷା ବୈଠକ

ନରସିଂହଙ୍କ ନିର୍ବାଚନ ମଣ୍ଡଳି ସମୀକ୍ଷା ବୈଠକ

 
ବଲାଙ୍ଗିର,- ବଲାଙ୍ଗିର ବନ୍ୟାର ଛଅ ମାସ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦାବି ମୁତାବକ ସହାୟତା ରାଶି ନ ଆସିବାରୁ କୌଣସି ପ୍ରକାର ଭିତ୍ତିଭୂମିର ପୁର୍ନନିର୍ମାଣ ହେଇପାରି ନାହିଁ ଓଲଟା ବନ୍ୟା ଯୋଗୁଁ ଭାଙ୍ଗିଥିବା ବାସଗୃହ ଗୁଡିକ କ୍ଷତିପୂରଣ ରାଶିରେ ଅନେକ ଚଞ୍ଚକତା ଥିବା ଦୃଷ୍ଟି ଗୋଚର ହୋଇଛି । ଏପରି କି କିଛି ଜାଗାରେ ପଞ୍ଚାୟତ ସ୍ତରୀୟ ଜନ ପ୍ରତିନିଧି ନାମ, ବ୍ୟାଙ୍କ ଏକାଉଣ୍ଟ ରେ ଚଞ୍ଚକତା କରି ଲକ୍ଷ୍ୟାଧିକ ଟଙ୍କା ହଡପ ହୋଇଥିବା ପ୍ରମାଣ ମିଳୁଛି । ତେଣୁ ଅଧିକାରୀମାନେ ଏହା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇ ଦୋଷୀ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦରକାର ବୋଲି ଆଜି ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ସମ୍ମିଳନୀ କକ୍ଷରେ ହୋଇଥିବା ବିଧାୟକଙ୍କ ନିର୍ବାଚନ ମଣ୍ଡଳି ସ୍ତରୀୟ ସମୀକ୍ଷା ବୈଠକରେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର କହିଛନ୍ତି । ଏପରି ଘଟଣା କେବଳ ଗୋଟିଏ ନଜରକୁ ଆସିଛି । ଆହୁରି ଅନେକ ଜାଗାରେ ଏପରି ଚଞ୍ଚକତା ହୋଇଥିବା ବୋଲ ଶ୍ରୀ ମିଶ୍ର ଆଶଙ୍କା ପ୍ରକାସ କରିଥିଲେ ।
ତାଛଡା ଏହି ବୈଠକରେ କ୍ଷତିଗ୍ରସ୍ତ ରାସ୍ତାଘାଟ ମରାମତି, ଗନ୍ଧରେଲ, ଚଣ୍ଟିଆପାଲି ଠାରେ ଦୁଇ ଗୋଟି ଚେକ ଡ୍ୟାମ ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ଠିକ୍ ସେହିପରି ସିକାଛିଡା ପଂଚାୟତର ଜଣେ ସମିତି ସଭ୍ୟଙ୍କ ନାଁରେ ରାସ୍ତା କାମ କରିବା ପାଇଁ ରାଜ୍ୟସଭା ସାଂସଦ ପାଣ୍ଠିରୁ ୪ଟି ରାସ୍ତା ପାଇଁ ୨୦ଲକ୍ଷ ଟଙ୍କା ଦିଆଯାଇଛି । ଯାହାକି ସରକାରୀ ନିୟମ ବର୍ହିଭୁତ ତେଣୁ ସେ ଉପରେ ବିଭାଗୀୟ ଅଧିକାରୀ ଶିଘ୍ର ଅନୁସନ୍ଧାନ କରି ସମିତି ସଭ୍ୟଙ୍କ ବିରୁଦ୍ଧରେ ଅନୁସନ୍ଧାନ ଓ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ଗ୍ରହଣ ହୋଇଥିଲା । ଆହୁରି ଜିବିକା ମିଶନରେ ବ୍ଲକ ଅଂଚଳର ଗରିବ ହିତାଧିକାରୀମାନଙ୍କୁ ଆଜିବିକା ପାଇଁ ଗୃହପାଳିତ ପଶୁ ପ୍ରଦାନରେ ମଧ୍ୟ ଅଧିକାରୀଙ୍କ ଉତ୍ତର ମେଳି ଖାଉ ନ ଥିବାରୁ ସେ ଉପରେ ବିଶେଷ ଧ୍ୟାନ ଦେଇ ଦାବକାନି, ନାରାୟଣପୁର କୁଲତାପଡା ଇତ୍ୟାଦି ଅଂଚଳରେ ଗରିବ ଲୋକ ଯେମତି ଛେଳି ଓ କୁକୁଡା ପାଳନ କରିବା ପାଇଁ ଅନୁଦାନ ପାଇବେ ତାହାକୁ ନିଶ୍ଚିତ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ର ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ । ବଲାଙ୍ଗିର ବ୍ଲକ ଅଂଚଳରେ ଅନେକ ଗୁଡିଏ ଅନୁଦାନ ଗୋଟିଏ ରାସ୍ତାରେ ବାରମ୍ବାର ଖର୍ଚ୍ଚ ହୋଇଥିବାରୁ ସେ ଉପରେ ବିଧାୟକ ଶ୍ରୀ ମିଶ୍ର କାମର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ କରିଥିଲେ । ସେହିପରି ମନହିରା ଠାରେ ଗୋଚର ଜମିରେ ପାଣିର ସୁବିଧା ନ ଥାଇ ଏକ ଶ୍ମଶାନ ଗୃହ ତିଆରିରେ ସେଠାକାର ସରପଞ୍ଚ କରିଥିବା ଅର୍ଥ ବାଟମାରଣା ଅନୁସନ୍ଧାନ କରିବାକୁ ନିଷ୍ପତ୍ତି ହୋଇଥିଲା । ବଲାଙ୍ଗିର ସହରରେ ଦ୍ୱିତୀୟ ଦୈନିକ ବଜାର କରାଯିବା ପ୍ରକ୍ରିୟା ବିଳମ୍ବ ଯୋଗୁଁ ବିଧାୟକ ଶ୍ରୀ ମିଶ୍ର ବିରକ୍ତି ପ୍ରକାଶ କରିଥିଲେ । ବାଏପାସକୁ ନେଇ ଉଠିଥିବା ସନ୍ଦେହ ଧିରେ ଧିରେ ଅପସରିବାରେ ଲାଗିଛି । ଏନ୍‌ଏଚ୍ ନିର୍ବାହୀ ଯନ୍ତ୍ରୀ ତଥା ତହସିଲଦାରଙ୍କ ମୁତାବକ ମାର୍ଚ୍ଚ ୨୦ ଭିତରେ ଲୋକେ କ୍ଷତିପୂରଣ ରାଶି ପାଇବାର ପ୍ରକ୍ରିୟା ଆରମ୍ଭ ହୋଇଯିବ ଏବଂ ତାର ପରେ ଏପ୍ରିଲ ଶେଷ ପର୍ଯ୍ୟନ୍ତ କାମ ଆରମ୍ଭ କରିବା ଅନୁମତି ମିଳିଯିବ ବିଧାୟକ ଶ୍ରୀ ମିଶ୍ର ଏହାକୁ ବିଶେଷ ଗୁରୁତ୍ୱ ସହ କାମ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସହରରେ ହୁତ, ହୁତ ବଢୁଥିବା ଅପରାଧୀ କାଯ୍ୟାକଳାପ ଯୋଗୁଁ ପୋଲିସ ପ୍ରଶାସନ ଉପରେ ଶ୍ରୀ ମିଶ୍ର ବିରକ୍ତି ପ୍ରକାଶ କରିବା ସହ ଉପସ୍ଥିତ ପୋଲିସ ଅଧିକାରୀଙ୍କୁ ଅଭିଯୋଗକାରୀ ଥାନାକୁ ଗଲେ ଆଦର୍ଶ ବ୍ୟବହାର କରୁ ନାହିଁ ବୋଲି ଚେତାଇ ଦେଇଥିଲେ ଏବଂ ସହର ତଥା ଆଖପାଖ ଅଂଚଳରେ ଯେତି ଶିଘ୍ର ହେବ ଅପରାଧିକ କାର୍ଯ୍ୟକଳାପରେ ଲଗାମ ଲଗାନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ । ଏହା ବ୍ୟତିତ ସହରରେ ବୃକ୍ଷରୋପଣ, ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ସମସ୍ୟା, କ୍ରୀଡା ଉପରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା । ଆଜିର ସମୀକ୍ଷା ବୈଠକରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ପିଡି ଡିଆରଡିଏ ମହେଶ୍ୱର ସ୍ୱାଇଁ, ଉପ-ଜିଲ୍ଲାପାଳ ସଂଜୟ ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking