33.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟର ବିକାଶ ପାଇଁ ବିଜୁବାବୁଙ୍କ କାର୍ଯ୍ୟ ଥିଲା ଚିର ସ୍ମରଣୀୟ

ରାଜ୍ୟର ବିକାଶ ପାଇଁ ବିଜୁବାବୁଙ୍କ କାର୍ଯ୍ୟ ଥିଲା ଚିର ସ୍ମରଣୀୟ

ଭୁବନେଶ୍ୱର : ପ୍ରେରଣାଦାୟୀ ପ୍ରବାଦ ପୁରୁଷ ଭୂମିପୁତ୍ର କଳିଙ୍ଗ ବୀର ବିଜୁ ପଟନାୟକ । ବିଜୁ ବାବୁଙ୍କ ସାହସ ଓ ବୀରତ୍ୱର ଅନେକ କାହାଣୀ ରହିଛି । କେନ୍ଦ୍ରୀୟ ଅବହେଳା ନେଇ ରାଜ୍ୟକୁ ଅଧିକ କ୍ଷମତା ଦେବାକୁ ଦାବି କରିଥିଲେ ବିଜୁ ବାବୁ । ଅତ୍ୟନ୍ତ କ୍ଷବୋ ସହ କହିଥିଲେ ରାଜ୍ୟର ବିକାଶ ପାଇଁ ଆଣ୍ଠୁମାଡ଼ି ବସିବନି ଓଡିଶା ।କେନ୍ଦ୍ର ଅବହେଳା କଲେ ଭାରତରୁ ଅଲଗା ହୋଇଯିବ ଓଡିଶା । ପ୍ରତିବାଦର ଏହି ଶାଣିତ ସ୍ୱର ପୁରା ଦେଶ ରେ ମହା ବିତର୍କ ସୃଷ୍ଟି କରିଥିଲା ।
ଏ ମନ୍ତବ୍ୟକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା ଏପରିକି ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖର କ୍ଷୁବ୍ଧ ହୋଇ ବିଜୁ ବାବୁ ଙ୍କୁ ଜବାବ ତଲବ କରିଥିଲେ । ଉତ୍ତରରେ ବିଜୁ ବାବୁ କହିଥିଲେ ଯେଉଁ ବ୍ୟକ୍ତି ସ୍ୱାଧୀନତା ସଂଗ୍ରାମରେ ଜୀବନକୁ ବାଜି ଲଗାଇଦେଇଥିଲେ ଦୀର୍ଘ ବର୍ଷ ଧରି ଯିଏ ନେହେରୁଙ୍କ ସହ ମିଶି ଦେଶ ଗଠନ ଲାଗି କାର୍ଯ୍ୟ କରିଛନ୍ତି ତାଙ୍କୁ ବିଭାଜନ କରି କହିବା ଦୁର୍ଭାଗ୍ୟ ଜନକ ।ସେତେବେଳେ ବିଜୁ ବାବୁଙ୍କ ବୟାନ ଦେଶର ପ୍ରତିଟି ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା । କିଭଳି ୨୭ଟି ପ୍ରକଳ୍ପ କୁ କେନ୍ଦ୍ର ର ମଂଜୁରପାଇଁ ଦିଲ୍ଲୀ ଆସି ଏ ମନ୍ତ୍ରାଳୟ ରୁ ସେ ମନ୍ତ୍ରାଳୟ ହୋଇଥିଲେ ତାର ସମ୍ପୂର୍ଣ ବିବରଣୀ ଦେଇଥିଲେ ଗଣମାଧ୍ୟମକୁ ।କେନ୍ଦ୍ରର ଅବହେଳା ନେଇ ବିଜୁ ବାବୁ କହିଥିଲେ ଓଡିଆମାନେ ଭିକ୍ଷା ଥାଳ ଧରି ଆଣ୍ଠୁମାଡ଼ି ବସିପାରିବେ ନାହିଁ । କେନ୍ଦ୍ର ନିକଟରେ ସବୁ କ୍ଷମତା ଠୁଳ ନକରି କ୍ଷମତାର ଵିକେନ୍ଦ୍ରୀକରଣ କରାଯାଉ । ରାଜ୍ୟ ଶକ୍ତି ଶାଳୀ ହେଲେ ଦେଶ ଶକ୍ତିଶାଳୀ ହେବ ।ରାଜ୍ୟକୁ ସ୍ୱାଧୀନତା ଦିଆଯାଉ ବିଦେଶୀ ପୁଞ୍ଜି ନିବେଶ ପାଇଁ ରାଜ୍ୟକୁ ଅନୁମତି ମିଳୁ ।ବିଶ୍ବବ୍ୟାଙ୍କ ଓ ଅନ୍ୟାନ୍ୟ ବାଙ୍କ ଠାରୁ ଋଣ ଆଣିବାର ଅନୁମତି ମିଳୁ, ରାଜସ୍ବ କୁ ଖର୍ଚ କରିବାର ଅଧିକାର ମିଳୁ । କେବଳ ପ୍ରତିରକ୍ଷା ଓ କେନ୍ଦ୍ର ପଲିଶି କେନ୍ଦ୍ର ଅଧୀନରେ ରହୁ ବିଜୁବାବୁଙ୍କ ଏଭଳି ନୀତିକୁ ବଡ଼ବଡ଼ ତୁଙ୍ଗ ନେତା ସମର୍ଥନ ଜଣାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking