33.1 C
Bhubaneswar
Monday, May 6, 2024
Homeଓଡିଶାସ୍ୱାମୀଙ୍କ ଘର ଆଗରେ ଧାରଣା ଘଟଣା: ତାଲା ଭାଙ୍ଗି ଦୋକାନ ଘରେ ରହିଲେ ଟିନାରାଣୀ

ସ୍ୱାମୀଙ୍କ ଘର ଆଗରେ ଧାରଣା ଘଟଣା: ତାଲା ଭାଙ୍ଗି ଦୋକାନ ଘରେ ରହିଲେ ଟିନାରାଣୀ

ଭଞ୍ଜନଗର: ପୁଣି ଦ୍ୱିତୀୟ ବାର ସ୍ୱାମୀଙ୍କୁ ପାଇବା ପାଇଁ ଗାଲେରୀସ୍ଥିତ ଘର ଆଗରେ ଧାରଣା ଦେବା ସହ ଦୋକାନ ଘରର ତାଲା ଭାଙ୍ଗି ଘରେ ରହିଛନ୍ତି ସ୍ତ୍ରୀ ଟିନାରାଣୀ । ଗାଁ ଦାଣ୍ଡରେ ଶଙ୍ଖା ସିନ୍ଦୂର ଦେଇ ବାହାହେବାର ୬ ଦିନ ପରେ ସ୍ୱାମୀ ଦୁଷ୍ମନ୍ତ ସ୍ତ୍ରୀ ଟିନାରାଣୀଙ୍କୁ ବ୍ରହ୍ମପୁରରେ ଛାଡି କେଉଁଆଡେ ଚାଲିଗଲେ । ଏହା ପରେ ଗତ ୪ ତାରିଖ ସନ୍ଧ୍ୟାରେ ପୁଣି ଗାଲେରୀ ଗାଁକୁ ଆସି ସ୍ୱାମୀଙ୍କ ଘର ଆଗରେ ଧାରଣା ଦେଇଥିଲେ ଟିନାରାଣୀ । ଶୁକ୍ରବାର ସନ୍ଧ୍ୟାରେ ସମାଜସେବୀ ପ୍ରମିଳା ତ୍ରିପାଠୀ ଗାଲେରୀ ଆସି ଟିନାରାଣୀଙ୍କୁ ଭେଟିବା ପରେ ଗାଲେରୀ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଶ୍ୱଶୁର, ଶାଶୂ ଓ କିଛି ସମ୍ପର୍କୀୟଙ୍କ ନାମରେ ଅଭିଯୋଗ ଆଣିବା ସହ ସ୍ୱାମୀ ଦୁଷ୍ମନ୍ତ ନିଖୋଜ ଥିବାରୁ ତାଙ୍କୁ ଅପହରଣ କରାଯାଇଥାଇପାରେ ବୋଲି ଅଭିଯୋଗ କରିଛନ୍ତି ଟିନାରାଣୀ । ଏହାସହ ଶ୍ୱଶୁର ଘର ନିକଟରେ ଥିବା ଦୋକାନ ଘର ତାଲା ଭାଙ୍ଗି ଉକ୍ତ ଘରେ ରହିଛନ୍ତି ଟିନାରାଣୀ । ଅଭିଯୋଗ ପରେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫାଣ୍ଡି ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି । ଏବେ ସମସ୍ତଙ୍କ ଅପେକ୍ଷା ଏହି ଘଟଣାର ମୋଡ ଆଗକୁ କି ରୂପ ନେଉଛି ଏବଂ ଘଟଣାର କ’ଣ ସମାଧାନ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking