29.1 C
Bhubaneswar
Saturday, April 27, 2024
Homeଅପରାଧବିନା ହେଲ୍‌ମେଟ୍‌ରେ ଗାଡି ଚାଳନା,ବାବୁସାନଙ୍କୁ ଜରିମାନା

ବିନା ହେଲ୍‌ମେଟ୍‌ରେ ଗାଡି ଚାଳନା,ବାବୁସାନଙ୍କୁ ଜରିମାନା

ଭୁବନେଶ୍ୱର : ବିନା ହେଲମେଟରେ ବାଇକ ଚଳାଇବା ଲୋକପ୍ରିୟ ଓଲିଉଡ ଅଭିନେତା ବାବୁସାନ ମହାନ୍ତିଙ୍କୁ ମହଙ୍ଗା ପଡିଛି |ନୂଆ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହେବାପରେ ଚେକିଂ ଜୋରଦାର ହେଉଛି । ଆଉ ଯେଉଁମାନେ ଧରା ପଡ଼ୁଛନ୍ତି ସେମାନଙ୍କ ନିକଟରୁ ମୋଟା ଅଙ୍କର ଫାଇନ୍‌ ଆଦାୟ କରୁଛି ଟ୍ରାଫିକ୍‌ ପୁଲିସ୍‌ । ରାଜଦାନୀ ଭୁବନେଶ୍ୱରରେ ହେଲ୍‌ମେଟ୍‌ ନ ପିନ୍ଧି ବାଇକ୍‌ ଚଲାଇବାର ଭିଡିଓ ଟ୍ୱିଟରରେ ଅପଲୋଡ ହେବା ପରେ ବାବୁସାନଙ୍କ ନାଁରେ କଟିଛି ଚାଲାଣ । ଟ୍ରାଫିକ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ତାଙ୍କ ନାଁରେ ହଜାରେ ଟଙ୍କାର ଚାଲାଣ କଟିଛି ।
ସେ ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଲାଉଥିବା ନେଇ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋଇଥିଲା । ଗୋଟିଏ ମିନିଟ୍‌ରୁ ଅଧିକ ସମୟର ଏହି ଭିଡିଓରେ ଦେଖିବାକୁ ମିଳିଛି ବାବୁସାନ୍‌ କିଭଳି ଭାବରେ ବେଫିକର୍ ହୋଇ ଗାଡ଼ି ଚଲାଉଛନ୍ତି । ଭିଡିଓଟି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାପରେ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୧୦୦୦ ଟଙ୍କାର ଚାଲାଣ କଟାଯିବା ସହ ଆଗାମୀ ଦିନରେ ଟ୍ରାଫିକ୍‌ ନିୟମକୁ ମାନିବାକୁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ତାଙ୍କୁ ପରାମର୍ଶ ଦିଆଯାଇଛି । ଏ ନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ଏକ ଟ୍ୱିଟ୍ ମଧ୍ୟ କରାଯାଇଛି । ଏଥିରେ ଲେଖା ହୋଇଛି, ଆମେ ଆମ ଅଭିନେତା ମାନଙ୍କୁ ସମ୍ମାନ କରୁ । କିନ୍ତୁ ଯେତେବେଳେ ବାବୁସାନ୍ ନାଁରେ ଜଣାଶୁଣା ତନ୍ମୟ ବିନା ହେଲ୍‌ମେଟ୍‌ରେ ବାଇକ୍ ଚଲାଇବା ଦେଖିବାକୁ ପାଇଲୁ ଚାଲାଣ କାଟିଲୁ। ଏହା ଆମର କର୍ତ୍ତବ୍ୟ । ସବୁବେଳେ ଟ୍ରାଫିକ୍ ସୁରକ୍ଷା ନିୟମ ପାଳନ କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking