ଭୁବନେଶ୍ୱର: ସାମାନ୍ୟ ବଚସାକୁ ନେଇ ରାଜଧାନୀରେ ଏକ ଘରୋଇ କଲେଜ ଛାତ୍ରଙ୍କୁ ଛୁରାମାଡ । ପରୀକ୍ଷା ସାରି ଫେରୁଥିବା ବେଳେ ହୋଇଛି ଛୁରାମାଡ । ଏଥିରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ବିଶ୍ୱଜିତ ସ୍ୱାଇଁ ଗୁରୁତର ହୋଇଛନ୍ତି ।
ସାମାନ୍ୟ ବଚସାକୁ ନେଇ ଚନ୍ଦନ ପଣ୍ଡା ନିଜ ସହପାଠୀ ବିଶ୍ୱଜିତ ସ୍ୱାଇଁଙ୍କୁ ଛୁରାମାଡ଼ କରିଥିଲେ । ଏଥିରେ ବିଶ୍ୱଜିତ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।