30.1 C
Bhubaneswar
Thursday, May 9, 2024
Homeଓଡିଶାଶ୍ରୀମନ୍ଦିରର ଅର୍ଥ ସବ୍ କମିଟି ବୈଠକ ଶେଷ, ବଜେଟ ସମ୍ପର୍କରେ ହେଲା ଆଲୋଚନା

ଶ୍ରୀମନ୍ଦିରର ଅର୍ଥ ସବ୍ କମିଟି ବୈଠକ ଶେଷ, ବଜେଟ ସମ୍ପର୍କରେ ହେଲା ଆଲୋଚନା

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ଅର୍ଥ ସବ୍ କମିଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବସିଥିଲା ଅର୍ଥ ସବ କମିଟି ବୈଠକ । ଏଥିରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା ବଜେଟ ସମ୍ପର୍କରେ ଆଲୋଚନା ହୋଇଛି । ଏହି ବଜେଟ ପ୍ରାୟ ୮୦ ପ୍ରତିଶତ ଠିକ୍ ରହିଥିବା କୁହାଯାଇଛି ।

ତେବେ କର୍ମଚାରୀ ଅଭାବ ଓ ଅନ୍ୟାନ୍ୟ କାରଣରୁ ୟୁନିଫର୍ମ ପଲିସି ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ । ଆଗାମୀ ଦିନରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅଧିକ କର୍ମଚାରୀ ନିଯୁକ୍ତି ନେଇ ଆଇନ ବିଭାଗକୁ ଅବଗତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଷ୍ଟାଫ୍ ସିଲେକ୍ସନ ମାଧ୍ୟମରେ ପଦବୀ ପୂରଣ କରିବା ପାଇଁ ଅନୁରୋଧ କରାଯିବା ନେଇ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ବୈଠକରେ ଉପସ୍ଥିତ ସଦସ୍ୟ। ସେହିପରି ନୂଆ ୟୁନିଫର୍ମ ପଲିସି ଆଧାରରେ ଜମି ବିକ୍ରି ନେଇ କାର୍ଯ୍ୟ ବିଳମ୍ୱ ହେଉଥିବାବେଳେ ଏହାକୁ ଆଗାମୀ ଦିନରେ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking