32.1 C
Bhubaneswar
Saturday, May 4, 2024
Homeଅପରାଧଲୋକାଲ ଟ୍ରେନରେ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରିବା ପଡିଲା ମହଙ୍ଗା, ଯୁବକ ଗିରଫ

ଲୋକାଲ ଟ୍ରେନରେ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରିବା ପଡିଲା ମହଙ୍ଗା, ଯୁବକ ଗିରଫ

ମୁମ୍ବାଇ : ଲୋକାଲ ଟ୍ରେନରେ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରିବା ମାମଲାରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି ରେଲୱେ ପୋଲିସ । ଅନ୍ଧେରୀ ଷ୍ଟେସନ ପ୍ଲାଟଫର୍ମରେ ପୋଲିସ ଯୁବତଙ୍କୁ ଗିରଫ କରିଛି । ଖବର ମୁତାବକ, ମୁମ୍ବାଇ ଅନ୍ଧେରୀ ଷ୍ଟେସନରେ ସକାଳ ୧୦.୪୦ ମିନିଟରେ ୧୯ ବର୍ଷୀୟ ଛାତ୍ରୀ ଜଣକ ଜେନେରାଲ ବଗିରେ ଯାଉଥିବା ବେଳେ ଅଭିଯୁକ୍ତ ଯୁବକ ଜଣକ ଛାତ୍ରୀଙ୍କ ପଛରେ ଠିଆ ହୋଇ ପଛପଟକୁ ବାରମ୍ବାର ଛୁଇଁଥିଲେ । ଛାତ୍ରୀ ଜଣକ ଏଥିରେ ଅତିଷ୍ଠ ହୋଇ ସେଠାରୁ ଚାଲିଯାଇଥିଲେ । ଟ୍ରେନ ଅନ୍ଧେରୀ ଷ୍ଟେସନରେ ଟ୍ରେନ ରହିବା ପରେ ଛାତ୍ରୀ ଜଣକ ଯେଉଁଆଡେ ଯାଇଥିଲେ, ଯୁବକ ଜଣକ ତାଙ୍କ ପଛେ ପଛେ ଗୋଡାଇ ଯାଇଥିଲେ । ଛାତ୍ରୀ ଜଣକ ପ୍ଲାଟଫର୍ମରେ ଥିବା ଏକ୍ସାଲେଟରରେ ଯାଇ ଠିଆ ହୋଇଥିବା ବେଳେ ଯୁବକ ଜଣକ ତାଙ୍କ ପଛରେ ଠିଆ ହୋଇ ପୁଣି ସେଭଳି କାଣ୍ଡ କରିଥିଲେ । ଏହି ସମୟରେ ଛାତ୍ରୀ ଜଣକ ଆଲାର୍ମ ବଜାଇଥିଲେ । ଆଉ ନିର୍ଭୟା ସ୍କ୍ଵାର୍ଡର ଦୁଇ ଜଣ ଅଫିସର ଆସି ଯୁବକଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତ ହୋଇଥିବା ଯୁବକଙ୍କ ନାମ ଭାରତ ପଣ୍ଡିତ (୨୬) ବୋଲି ଜଣାପଡିଛି । ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking