30.1 C
Bhubaneswar
Saturday, May 4, 2024
Homeଓଡିଶାପରୀ ହତ୍ୟାକାଣ୍ଡ ଓ ରାୟଗଡା ବିଜେଡି ନେତା ମନ୍ତ୍ରୀଙ୍କ ରତ୍ନ ପଥର କାରବାର ମୁଦା ନେଇ...

ପରୀ ହତ୍ୟାକାଣ୍ଡ ଓ ରାୟଗଡା ବିଜେଡି ନେତା ମନ୍ତ୍ରୀଙ୍କ ରତ୍ନ ପଥର କାରବାର ମୁଦା ନେଇ ଆନ୍ଦୋଳନ ତୀବ୍ର କରିବ କଂଗ୍ରେସ, ଗୁଣୁପୁରରେ ସନ୍ତୋଷ ସିଂ ସାଲୁଜା

ଗୁଣୁପୁର : ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ରାଜ୍ୟରେ ନାରୀ ଓ ଶିଶୁ ନିର୍ଯ୍ୟାତନା , ଅପହରଣ ବଢ଼ି ବଢ଼ି ଚାଲିଛି । ଏହାକୁ ସରକାର ରୋକ ଲଗାଇବା ପରିବର୍ତ୍ତେ ନିଜେ ସଂପୃକ୍ତ ରହି ଅରାଜକତାର ରାଜ ଚଲେଇଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣା । ସେହିପରି ପ୍ରାକୃତିକ ସମ୍ପଦରେ ଭରପୁର ରାୟଗଡା ଜିଲ୍ଲାର ଜଣେ ବିଜେଡି ମନ୍ତ୍ରୀ ଓ ନେତାଙ୍କ ନାମରେ ରତ୍ନ ପଥର କାରବାରରେ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି । ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଅରୁଣ ସାହୁ ଓ ଜଗନ୍ନାଥ ସାରକାଙ୍କୁ ଦଳରୁ ବହିଷ୍କାର କରନ୍ତୁ ନତୁବା ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଆଜି ଗୁଣୁପୁର ଗସ୍ତରେ ଆସିଥିବା କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଦାବୀ କରିଛନ୍ତି । ଆଗମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଓ ସଂଗଠନକୁ ମଜଭୁତ କରାଯିବା ସହ ଏଠାରେ କଂଗ୍ରେସ କିପରି ତାର ପୂର୍ବ ଗୌରବ ଫେରି ପାଇବା ସହ ବିଭିନ୍ନ ଆସନ ଦଖଲ କରିବ ସେ ନେଇ ଦଳୀୟ କର୍ମୀ ଓ ନେତୃବର୍ଗଙ୍କ ସହ ଆଲୋଚନା କରିଥିଲେ । ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ଚନ୍ଦ୍ରପୁର, ଗୁଡାରି, ପଦ୍ମପୁର, ଗୁଣୁପୁର, ରମାନଗୁଡା, ପ୍ରଭୃତି ବ୍ଲକରୁ ଆସିଥିବା ଦଳୀୟ କର୍ମୀମାନେ ଆଲୋଚନା କରିଥିଲେ । ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ସାଲୁଜାଙ୍କ ପ୍ରଥମ ଗୁଣୁପୁର ଗସ୍ତ ହୋଇ ଥିବା ବେଳେ କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ଆଗମୀ ଦିନରେ ବାରମ୍ବାର ଏଠାକୁ ଆସି ରାଜ୍ୟ ସରକାରଙ୍କ ଅପାରଗତା ଓ ଦୁର୍ନୀତି ସମ୍ପର୍କରେ ସାଧାରଣ ଲୋକଙ୍କ ପାଖରେ କଂଗ୍ରେସ ପହଞ୍ଚିବ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking