30.1 C
Bhubaneswar
Thursday, May 9, 2024
Homeଓଡିଶାଆଜିଠୁ ନବୀନଙ୍କ ୧୩ ଦିନିଆ ବିଦେଶ ଗସ୍ତ

ଆଜିଠୁ ନବୀନଙ୍କ ୧୩ ଦିନିଆ ବିଦେଶ ଗସ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ୧୩ଦିନିଆ ବିଦେଶ ଗସ୍ତରେ ଯାଉଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ନ ସାଢ଼େ ୧ଟାରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ସେଠାରୁ ୨୦ ତାରିଖ ୪ଟା ୧୫ ମିନିଟରେ ଇଟାଲୀର ରୋମ୍‌ ଅଭିମୁଖେ ଗସ୍ତ କରିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରୋମସ୍ଥିତ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମ (ୱାଲର୍ଡ ଫୁଡ୍ ପ୍ରୋଗ୍ରାମ)ରେ ଓଡ଼ିଶାର ସଫଳତା କାହାଣୀ ସଂକ୍ରାନ୍ତୀୟ ଏକ କାର୍ଯ୍ୟକ୍ରମରେ ଭାଗ ନେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୬ ତାରିଖ ଅପରାହ୍ନ ୩.୨୫ରେ ରୋମରୁ ଦୁବାଇ ଫେରିବେ। ଦୁବାଇରେ ୨୯ ତାରିଖରେ ଭାରତ ସରକାର ଓ ଫିକ୍କି ଦ୍ୱାରା ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀ (ଇନଭେଷ୍ଟର୍ସ ମିଟ୍‌)ରେ ଯୋଗ ଦେବେ।

୩୦ ଅପରାହ୍ନରେ ୩ଟା ୨୫ ମିନିଟରେ ଦୁବାଇ ଛାଡ଼ିବେ ଓ ରାତି ୮ଟା ୨୦ରେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ରାତି ୯ଟା ୩୦ ମିନିଟରେ ଭୁବନେଶ୍ୱର ଅଭିମୁଖେ ବାହାରି ରାତି ୧୧.୩୦ରେ ଏଠାରେ ପହଞ୍ଚିବେ ବୋଲି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବା ସୂଚନା ମିଳିଛି। ରାଜନୀତିକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କର ଏହା ଦ୍ୱିତୀୟ ବିଦେଶ ଗସ୍ତ। ସୂଚନାଯୋଗ୍ୟ, ନବୀନ ୨୨ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏଭଳି ବିଦେଶ ଗସ୍ତରେ ଯାଉଛନ୍ତି। ସେ ୨୦୧୨ ମେ’ ୨୪ ତାରିଖରେ ଲଣ୍ଡନ ଗସ୍ତରେ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଲଣ୍ଡନ ଗସ୍ତରେ ଥିବାବେଳେ ବହୁଚର୍ଚ୍ଚିତ ମେ’ ୨୯ତାରିଖରେ ମିଡ୍ ନାଇଟ୍ ଅପରେସନ ଯୋଗୁ ନିଜର ଗସ୍ତ ଅଧାରୁ କାଣ୍ଟଛାଣ୍ଟ କରି ଓଡ଼ିଶା ଫେରିଆସିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking