29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶପଶ୍ଚିମବଙ୍ଗ ନିର୍ବାଚନ: ମମତା ଜାରି କଲେ ଘୋଷଣା ପତ୍ର

ପଶ୍ଚିମବଙ୍ଗ ନିର୍ବାଚନ: ମମତା ଜାରି କଲେ ଘୋଷଣା ପତ୍ର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ଅର୍ଥାତ ଟିଏମସି ନିଜ ଘୋଷଣାପତ୍ର ଜାରି କରିଛି । ଘୋଷଣାପତ୍ର ଜାରି ସମୟରେ ମମତା କହିଛନ୍ତି, ଲକଡାଉନ ମଧ୍ୟରେ ଆମେ ବଙ୍ଗାଳରେ ଖାଇବା ପିଇବା ବ୍ୟବସ୍ଥା କରିଥିଲୁ ଏବଂ ସମସ୍ତଙ୍କ ଧ୍ୟାନ ରଖିଥିଲୁ । ଟିଏମସି ସରକାର ଲୋକଙ୍କୁ ରୋଜଗାର ଦେଇଛନ୍ତି । ସେ ତାଙ୍କ ଜୀବନ ସଂପୂର୍ଣ୍ଣ ଭାବରେ ମାତୃଭୂମିର ସେବା ପାଇଁ ସମର୍ପଣ କରିଦେଇଛନ୍ତି ବୋଲି ମମତା କହିଛନ୍ତି । ସେ କହିଛନ୍ତି ମୁଁ ବଙ୍ଗାଳର ଝିଅ । ଏହି ଘୋଷଣାପତ୍ର ମା, ମାଟି ମଣିଷ ପାଇଁ । ଗତ ଏକ ବର୍ଷ ମଧ୍ୟରେ ମମତା ସରକାରର ଅନେକ କାମ ପଛରେ ରହିଗଲା । କାରଣ କରୋନା ମଧ୍ୟରେ ଫ୍ୟାକ୍ଟ୍ରି ଓ ଦୋକାନ ବନ୍ଦ ରହିଥିଲା ।

ଘୋଷଣାପତ୍ର ଜାରି କରିବା ସମୟରେ ମମତା କହିଥିଲେ ତାଙ୍କ ସ୍ୱାସ୍ଥ୍ୟ ଖରାପ କାରଣରୁ ଘୋଷଣାପତ୍ର ଜାରି କରିବାରେ ବିଳମ୍ବ ହେଲା । ସେ ସବୁ ପ୍ରତିଶୃତି ସଂପୂର୍ଣ୍ଣ କରନ୍ତି ବୋଲି ସମସ୍ତେ ଜାଣିଛନ୍ତି ବୋଲି କହିଥିଲେ । ଆମେ ଯେଉଁ କାମ କରିଛୁ, ତାକୁ ନେଇ ସାରା ଦୁନିଆରେ ଚର୍ଚ୍ଚା । ୟୁଏନରୁ ଆମେ ପୁରସ୍କାର ମଧ୍ୟ ପାଇଛୁ । ୧୦୦ ଦିନ କାମ ମାମଲାରେ ଆମେ ୧ ନମ୍ବରରେ ରହିଛୁ । ରାଜ୍ୟରେ ୪୦ ପ୍ରତିଶତ ଗରିବ ହଟାଇଛୁ ଏବଂ ଚାଷୀଙ୍କ ଆୟ ୩ ଗୁଣ ବଢାଇଛୁ ବୋଲି କହିଥିଲେ ।
ତେବେ ମମତା ବିଧବା ମହିଳାଙ୍କୁ ମେ ମାସରୁ ୧ ହଜାର ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି । ସେ କହିଛନ୍ତି, ସରକାରରେ ଆସିବା ମାତ୍ରେ ଲୋକଙ୍କ ଘର ପର୍ଯ୍ୟନ୍ତ ରାସନ ପହଂଚାଇବୁ । ଏସସି ଏସଟିଙ୍କୁ ୧୨ ହଜାର ଓ ନିମ୍ନ ବର୍ଗ ଲୋକଙ୍କୁ ୬ ହଜାର ଟଙ୍କା ଦେବା ପାଇଁ ମମତା ବାନାର୍ଜୀ ଘୋଷଣା କରିଛନ୍ତି । ଏହାବ୍ୟତୀତ ଛାତ୍ରଛାତ୍ରୀଙ୍କ ପାଇଁ କ୍ରେଡିଟ କାର୍ଡ ଆଣିବା ବ୍ୟବସ୍ଥା ନେଇ ମଧ୍ୟ ସିଏମ ମମତା ବାନାର୍ଜୀ କହିଛନ୍ତି ।

କହିରଖୁଛୁ ଯେ, ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ୨୭ ମାର୍ଚ୍ଚ, ୧ ଏପ୍ରିଲ, ୬ ଏପ୍ରିଲ, ୧୦ ଏପ୍ରିଲ, ୧୭ ଏପ୍ରିଲ, ୨୨ ଏପ୍ରିଲ, ୨୬ ଏପ୍ରିଲ ଓ ୨୯ ଏପ୍ରିଲରେ ମତଦାନ ଗ୍ରହଣ ହେବ । ସମସ୍ତ ରାଜ୍ୟରେ ସମସ୍ତ ଆସନ ପାଇଁ ଭୋଟ ଗଣତି ମେ ୨ରେ ହେବ । ପଶ୍ଚିମବଙ୍ଗ ବିଧାନସଭାର କାର୍ଯ୍ୟକାଳ ୩୦ ମେ ୨୦୨୧କୁ ଶେଷ ହେଉଛି । ଏମିତିରେ ୩୦ ମେ ପୂର୍ବରୁ ଯେମିତି ହେଲେ ବିଧାନସଭା ଓ ନୂଆ ସରକାର ଗଠନ ପ୍ରକ୍ରିୟା ଶେଷ ହେବା ଦରକାର । ପଶ୍ଚିମବଙ୍ଗରେ ମୋଟ ୨୯୪ ବିଧାନସଭା ସିଟ ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking