39.8 C
Bhubaneswar
Thursday, April 18, 2024
Homeଓଡିଶାଓସିଏ ଭିଜନ ୨୦୨୪: ନବକିଶୋର ଓ ପାଟଣାଗଡ କିକ୍ରେଟ ଦଳ ବିଜୟୀ

ଓସିଏ ଭିଜନ ୨୦୨୪: ନବକିଶୋର ଓ ପାଟଣାଗଡ କିକ୍ରେଟ ଦଳ ବିଜୟୀ

ବଲାଙ୍ଗିର, ୧୭ା୩- ଓସିଏ ଭିଜନ ୨୦୨୪ର ସନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାରେ ଆଜି ଦୁଇଟି ମ୍ୟାଚ ଆୟୋଜିତ ହୋଇଥିଲା । ବଲାଙ୍ଗିର ଗାନ୍ଧୀ ଷ୍ଟାଡିଅମରେ ଆୟୋଜିତ ମ୍ୟାଚରେ ନବକିଶୋର ଦଳ ବିଜୟ ଲାଭ କରିଥିବା ବେଳେ ପାଟଣାଗଡ ଠାରେ ଆୟୋଜିତ ମ୍ୟାଚରେ ପାଟଣାଗଡ ଦଳ ବିଜୟ ଲାଭ କରିଛି । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମ୍ୟାଚରେ ଆଜି ମହାଲକ୍ଷ୍ମୀ କ୍ରିକେଟ ଦଳ ଓ ନବକିଶୋର କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମହାଲକ୍ଷ୍ମୀ କ୍ରିକେଟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ମହାଲକ୍ଷ୍ମୀ କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ୨୭.୫ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୫୪ ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ମହାଲକ୍ଷ୍ମୀ କ୍ରିକେଟ ଦଳ ତରଫରୁ ଶିବଦତ୍ତ ମାଝି ସର୍ବାଧିକ ୨୨ ରନ୍ ଓ ରାଜେଶ ସାହୁ ୧୨ ରନ କରିଥିବା ବେଳେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କରେ ପହଞ୍ଚି ପାରି ନଥିଲେ । ନବକିଶୋର କ୍ରିକେଟ ଦଳ ତରଫରୁ ବାବୁଲୁ ସେଠି ସର୍ବାଧିକ ୬ ଗୋଟି, ଆୟୁଶ୍ମାନ ଦାଶ ୨ ଗୋଟି ଓ ଜିତେନ୍ଦ୍ର ଥାପା ୨ଗୋଟି ୱ କେଟ ି ଅକ୍ତିଆର କରିଥିଲେ । ୫୫ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ ନବକିଶୋର କ୍ରିକେଟ ଦଳ ମାତ୍ର ୬ ଓଭରେ ୨ ୱିକେଟ ହରାଇ ଆବଶ୍ୟକୀୟ ୫୬ ରନ୍ ସଂଗ୍ରହ କରି ୮ ଉଇକେଟରେ ବିଜୟୀ ହୋଇଥିଲେ । ନବକିଶୋର କ୍ରିକେଟ ଦଳ ତରଫରୁ ଶୁବ୍ରତ ଛତ୍ରିଆ ୧୭ ରନ୍ , ଶୌରଭ ସାହୁ (ଅପରାଜିତ) ୧୩ ରନ୍ ସଂଗ୍ରହ କରିଥିଲେ । ନବକିଶୋର ଦଳ ତରଫରୁ ୫.୫ ଓଭରରେ ମାତ୍ର ୯ ରନ ଦେଇ ୬ ଗୋଟି ଉଇକେଟ ଅକ୍ତିଆର କରିଥିବା ବାବୁଲୁ ସେଠି ପ୍ଲେଆର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପିୟାର ପୃଥ୍ୱୀରାଜ ମିଶ୍ର ଓ ମୁକେଶ ସ୍ୱାଇଁ ପରିଚାଲନା କରିଥିବା ବେଳେ ସ୍ୱାଗତ ଶୁଭଙ୍କର ସ୍କୋରର୍ ଦାୟିତ୍ୱ ତୁଲାଇଥିଲେ ।

ସେହିପରି ପାଟଣାଗଡ ଷ୍ଟାଡିଅମ ଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ପ୍ରତିଯୋଗିତା ଆଜି ପାଟଣାଗଡ କ୍ରିକେଟ ଦଳ ଓ ଖପ୍ରାଖୋଲ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖପ୍ରାଖୋଲ କ୍ରିକେଟ ଦଳ ଟସ ଜିତି ପ୍ରଥମେ ବୋଲଂ ର ନିଷ୍ପତ୍ତି ନେଇଥିଲା । ପାଟଣାଗଡ କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ୩୬.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୭୮ ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ପାଟଣାଗଡ କ୍ରିକେଟ ଦଳ ତରଫରୁ ହର ବେନ୍ତାକର ସର୍ବାଧିକ ୬୫ରନ୍ ଓ ସୁମନ ପଟ୍ଟନାୟକ ୪୨ରନ ଓ ସାଗର ପରୁଆ ୨୬ ରନ୍ କରିଥିଲେ । ଖପ୍ରାଖୋଲ କ୍ରିକେଟ ଦଳ ତରଫରୁ ଟିକେଶ୍ୱର ମହାରଣା ସର୍ବାଧିକ ୩ଗୋଟି, ପ୍ରଶାନ୍ତ ସୁନା ୨ ଗୋଟି ଓ ସଂଗ୍ରାମ ବାହୁକ ୨ଗୋଟି ୱ କେଟ ି ଅକ୍ତିଆର କରିଥିଲେ । ୧୭୯ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ ଖପ୍ରାଖୋଲ କ୍ରିକେଟ ଦଳ ୨୯.୩ ଓଭରେ ସମସ୍ତ ୱିକେଟ ହରାଇ କେବଳ ୧୪୭ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଖପ୍ରଖୋଲ କ୍ରିକେଟ ଦଳ ତରଫରୁ ସଂଗ୍ରାମ ବାହୁ ୫୬ରନ୍ , ଛତିଶ କୁମାର ୧୫, ପ୍ରଶାନ୍ତ ସୁନା ୧୫ ରନ୍ ସଂଗ୍ରହ କରିଥିଲେ । ପାଟଣାଗଡ ଦଳ ତରଫରୁ ସାଗର ପରୁଆ ୪ ଗୋଟି, ବିକାଶ ବନଛୋର ୪ ଗୋଟି ଓ ହେରା ବେନ୍ତାକର ୨ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଫଳରେ ପାଟଣାଗଡ କ୍ରିକେଟ ଦଳ ୩୧ ରନ ବ୍ୟବଧାନରେ ବିଜୟୀ ହୋଇଥିଲେ । ପାଟଣାଗଡ ଦଳ ତରଫରୁ ୨୬ ରନ ଓ ୪ ଗୋଟି ଉଇକେଟ ଅକ୍ତିଆର କରିଥିବା ସାଗର ପରୁଆ ପ୍ଲେଆର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପିୟାର ସମୀର ପାଣିଗ୍ରାହୀ ଓ ରାଜେନ୍ଦ୍ର ସେଠ ପରିଚାଲନା କରିଥିବା ବେଳେ ଶୁଭମ ନାୟକ ସ୍କୋରର୍ ଦାୟିତ୍ୱ ତୁଲାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking