28.9 C
Bhubaneswar
Sunday, May 5, 2024
Homeଓଡିଶାବରିଷ୍ଠ ସିନେମାଟୋଗ୍ରାଫର ଦୀପଙ୍କର ଜାନାଙ୍କ କରୋନା ରେ ମୃତ୍ୟୁ

ବରିଷ୍ଠ ସିନେମାଟୋଗ୍ରାଫର ଦୀପଙ୍କର ଜାନାଙ୍କ କରୋନା ରେ ମୃତ୍ୟୁ

ଭୁବନେଶ୍ୱର: ପ୍ରତିଦିନ ମୁଣ୍ଡ ନେଉଛି ମହାମାରୀ । ଯାହାକୁ ନାଇ ତାକୁ ଶିକାର କରୁଚି ଏହି ମହାମାରୀ । ଏହି ପରିପ୍ରେକ୍ଷୀରେ  ସିନେ ଜଗତରେ ନାଲୁ ଭାଇ ଭାବେ ପରିଚିତ ଓଡ଼ିଶାର ବରିଷ୍ଠ ସିନେମାଟୋଗ୍ରାଫର ଦୀପଙ୍କର ଜାନା ଙ୍କର କଟକର ଏକ ହସପିଟାଲରେ ଆଜି ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ବୟସ ହୋଇଥିଲା । ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର, ପ୍ରାମାଣିକ ଚଳଚ୍ଚିତ୍ର ଓ ଧାରାବାହିକରେ କ୍ୟାମେରାମ୍ୟାନ୍ ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କ ଜୀବନୀ ବିଷୟରେ ଦେଖିବାକୁ ଗଲେ, ୧୯୭୦ ଅଗଷ୍ଟ ୧୮ରେ ସ୍ୱର୍ଗତ ଜାନା ବଡ଼ବିଲରେ ଜନ୍ମଗ୍ରହଣ କରିଥିଲେ । କ୍ୟାମେରାମ୍ୟାନ୍ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରି ଏ ଦିଗରେ ଆଗେଇ ଚାଲିଥିଲେ ।

ସାରା ଆକାଶ’, ‘ତାସର ଘର’, ‘ପ୍ରାୟଶ୍ଚିତ’, ‘ପଣତକାନି’, ‘କିଏ ସାତ କିଏ ସତର’, ‘ପରିଚୟ’, ‘ରାଜନୀତି’, ‘ନେଇ ଯା’ରେ ମେଘ ମୋତେ’, ‘ସଂସ୍କାର’, ‘ବଡ଼ଘର ବଡ଼ ଗୁମର କଥା’, ‘ରାନୀ’, ‘ଭଗାଂଶ’, ‘ଲକ୍ଷ୍ମୀ ପୂରାଣ’ ଭଳି ଧାରାବାହିକ, ଓଡ଼ିଆ ଚଳଚ୍ଚିତ୍ର ‘ଓଲେ ଓଲେ ଦିଲ୍ ବୋଲେ’ ଏବଂ ନିକଟରେ ଦାଦା ସାହେବ ଫିଲ୍ମ ଆୱାର୍ଡ-୨୦୨୧ରେ ସମ୍ମାନନୀୟ ଜୁରୀ ପୁରସ୍କାର ଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ‘ଦ ଆର୍ଟ ଅଫ୍ ଲାଇଫ୍’ରେ କାମ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking