26.1 C
Bhubaneswar
Wednesday, May 8, 2024
Homeଓଡିଶାପୂର୍ବତନ ବିଧାୟକ ଶ୍ରୀ ଚିରଞ୍ଜୀବ ବିଶ୍ବାଳଙ୍କ ଆଶୁ ଆରୋଗ୍ୟ କାମନା କରି ପଳାଷୋଳ ପଂଚାୟତ ଶନି...

ପୂର୍ବତନ ବିଧାୟକ ଶ୍ରୀ ଚିରଞ୍ଜୀବ ବିଶ୍ବାଳଙ୍କ ଆଶୁ ଆରୋଗ୍ୟ କାମନା କରି ପଳାଷୋଳ ପଂଚାୟତ ଶନି ମନ୍ଦିରରେ ସମୂହ ଦୀପଦାନ

 

ଜଗତସିଂହପୁର:: ଜଗତସିଂହପୁର ବ୍ଲକ ପଳାଷୋଳ ପଂଚାୟତ ଶନି ମନ୍ଦିର ପ୍ରାଙ୍ଗଣରେ ପୂର୍ବତନ ବିଧାୟକ ତଥା ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବି ବିଶ୍ବାଳଙ୍କ ଆଶୁ ଆରୋଗ୍ୟ କାମନା କରି ଏକ ସମୂହ ଦୀପଦାନ କାର୍ଯ୍ୟକ୍ରମ ହୋଇଯାଇଛି । ପ୍ରକାଶ ଥାଉ କି ଶ୍ରୀ ବିଶ୍ୱାଳ କରୋନା ପଜିଟିଭ ଚିହ୍ନଟ ହୋଇ ଚିକିତ୍ସାଧୀନ ଅଛନ୍ତି । ଜଗତସିଂହପୁର ନଗର କଂଗ୍ରେସ ସଭାପତି ଶ୍ରୀ ଅଭୟ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ଏହି ସମୂହ ଦୀପଦାନ କାର୍ଯ୍ୟକ୍ରମ ହୋଇଯାଇଛି । ଏହି ଦୀପଦାନ କାର୍ଯ୍ୟକ୍ରମରେ ଅନ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ପଞ୍ଚାନନ ଦାସ, ନିରଞ୍ଜନ ସେନ, ଦୁର୍ଗା ନନ୍ଦ , ସୁବୋଧ ଲେଙ୍କା , ଚିଣ୍ଟୁ ଦାସ , ଅମୀୟ ଦାସ ଓ ୱାର୍ଡ ନମ୍ବର -୦୬ ର ଅନେକ ପୁରୁଷ ଓ ମହିଳା ଉପସ୍ଥିତ ରହି ଶ୍ରୀ ବିଶ୍ୱାଳଙ୍କ ଆଶୁ ଆରୋଗ୍ୟ କାମନା ସହ ଦୀପଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking