40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଶିଶୁ ଯୌନ ନିର୍ଯାତନା ସାମଗ୍ରୀ ପ୍ରସାରଣ ମାମଲା: ୨୦ ରାଜ୍ୟର ୫୬ ସ୍ଥାନରେ ସିବିଆଇ ଚଢ଼ଉ

ଶିଶୁ ଯୌନ ନିର୍ଯାତନା ସାମଗ୍ରୀ ପ୍ରସାରଣ ମାମଲା: ୨୦ ରାଜ୍ୟର ୫୬ ସ୍ଥାନରେ ସିବିଆଇ ଚଢ଼ଉ

ନୂଆଦିଲ୍ଲୀ : ଶିଶୁ ଯୌନ ନିର୍ଯାତନା ସାମଗ୍ରୀ ପ୍ରସାରଣ (ସିଏସ୍‌ଇଏମ୍‌) ମାମଲାରେ ସିବିଆଇ ଟିମ୍ ୧୯ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ପ୍ରଦେଶର ୫୬ ସ୍ଥାନରେ ଚଢ଼ଉ କରିଛି । ସିଙ୍ଗାପୁର ଏବଂ ନ୍ୟୁଜିଲାଣ୍ଡ ଇଣ୍ଟରପୋଲ୍ ୟୁନିଟ୍‌ର ଇନ୍‌ପୁଟ୍ ଆଧାରରେ ସିବିଆଇ ଅପରେସନ୍ ମେଘଚକ୍ର ଅଧୀନରେ ଏହି ଚଢ଼ଉ କରିଛି । ସିବିଆଇ ସୂଚନା ଦେଇଛି ଯେ ଚାଇଲ୍ଡ ସେକ୍ସୁଆଲ୍ ଆବ୍ୟୁଜ୍ ମାଟେରିଆଲ୍ ବିଜିନେସ୍ କରୁଥିବା ଚାଇଲ୍ଡ ପର୍ନୋଗ୍ରାଫି ସହିତ ସମ୍ପୃକ୍ତ କେତେକ ଗ୍ୟାଙ୍ଗ୍‌ର ଚିହ୍ନଟ କରାଯାଇଛି । ଏହା ସହିତ ଏହି ବ୍ୟକ୍ତିମାନେ ଶିଶୁଙ୍କୁ ଫିଜିକାଲି ବ୍ଲାକ୍‌ମେଲ୍ ମଧ୍ୟ କରିଥାନ୍ତି । ସିବିଆଇ ଚଳିତ ବର୍ଷ ଏପ୍ରିଲ୍‌ରେ ଇଣ୍ଟରପୋଲ୍‌ର ଆଣ୍ଟି ଚାଇଲ୍ଡ ସେକ୍ସୁଆଲ୍ ଆବ୍ୟୁଜ୍ ଡାଟାବେସ୍‌ରେ ସାମିଲ ହୋଇଥିଲା । ଡାଟାବେସ୍‌ରେ ଯୋଡ଼ି ହୋଇଥିବା ୬୭ ଦେଶର ଏଜେନ୍ସିଙ୍କ ଏକ ସ୍ୱତନ୍ତ୍ର ସମୂହରେ ସିବିଆଇ ରହିଛି । ସୂଚନା ଅନୁସାରେ ଇଣ୍ଟରନାସ୍‌ନାଲ୍ ଇଣ୍ଟରପୋଲ୍ ୟୁନିଟ୍ ନିକଟରେ ୨୭ ଲକ୍ଷରୁ ଅଧିକ ଫଟୋ ଏବଂ ଭିଡିଓ ଥିବା ଡାଟାବେସ୍ ରହିଛି, ଯାହା ପ୍ରତ୍ୟେକ ଦିନ ସାରା ବିଶ୍ୱରେ ୭ ପୀଡ଼ିତଙ୍କ ଚିହ୍ନଟରେ ସହାୟତା କରିଥାଏ ।

ଏହି ଡାଟାବେସ୍ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୨୭ ହଜାରରୁ ଅଧିକ ପୀଡ଼ିତ ଏବଂ ୧୨ ହଜାରରୁ ଊର୍ଦ୍ଧ୍ୱ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ଏହି ଅତ୍ୟାଧୁନିକ ସଫ୍ଟୱେର୍ କେବଳ ତଦନ୍ତକାରୀ ଅଧିକାରୀଙ୍କ ମଧ୍ୟରେ ସୂଚନା ସେୟାର୍ କରିବାରେ ସହାୟତା କରିନଥାଏ, ବରଂ ସମୟ ମଧ୍ୟ ବଞ୍ଚାଇଥାଏ । ଚାଇଲ୍ଡ ପର୍ନୋଗ୍ରାଫ୍‌ି ଏବଂ ସୋସିଆଲ୍ ମିଡିଆରେ ଦୁଷ୍କର୍ମ ଭିଡିଓ ଅପ୍‌ଲୋଡ୍‌କୁ ନେଇ ସୁପ୍ରିମକୋର୍ଟରେ ସେପ୍ଟେମ୍ବର ୧୯ ତାରିଖରେ ଶୁଣାଣି ହୋଇଥିଲା । ଏହି ଅବସରରେ ଏହାକୁ ରୋକିବା ଦିଗରେ ସୋସିଆଲ୍ ମିଡିଆ କମ୍ପାନୀ କ’ଣ ପଦକ୍ଷେପ ନେଇଛନ୍ତି, ସେ ସମ୍ପର୍କରେ କୋର୍ଟ ପ୍ରଶ୍ନ କରିଥିଲେ । ଏହା ବ୍ୟତୀତ କୋର୍ଟ ଫେସ୍‌ବୁକ୍‌, ଟ୍ୱିଟର୍ ସମେତ ସମସ୍ତ ସୋସିଆଲ୍ ମିଡିଆ କମ୍ପାନୀଙ୍କୁ ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଥିଲେ । ଦେଶରେ ଚିନ୍ତାଜନକ ଭାବେ ବୃଦ୍ଧି ପାଉଥିବା ଶିଶୁ ଯୌନ ନିର୍ଯାତନା ମାମଲାକୁ ନେଇ ସିବିଆଇ ୧୪ ରାଜ୍ୟର ୭୭ ସ୍ଥାନରେ ଚଢ଼ଉ କରିଥିଲା । ଅପରେସନ୍ କାର୍ବନ ନାମକ ଏହି ଚଢ଼ଉ ଅବସରରେ ସିବିଆଇ ୭ ଜଣଙ୍କୁ ଗିରଫ କରିଥିଲା । ସେହିପରି ୫୦ରୁ ଅଧିକ ହ୍ୱାଟ୍ସଆପ୍ ଗ୍ରୁପ୍‌ର ଖୁଲାସା ହୋଇଥିଲା । ସେହିପରି ଏହି ମାମଲାରେ ସମ୍ପୃକ୍ତି ସାମଗ୍ରୀ ସୋସିଆଲ୍ ମିଡିଆରେ ସେୟାର୍ କରୁଥିବା ୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ନାମ ସାମ୍ନାକୁ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking