28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶମିଥୁନ୍ ଚକ୍ରବର୍ତ୍ତୀଙ୍କ ଦାବି: ୨୧ ତୃଣମୂଳ ବିଧାୟକ ସମ୍ପର୍କରେ ଅଛନ୍ତି

ମିଥୁନ୍ ଚକ୍ରବର୍ତ୍ତୀଙ୍କ ଦାବି: ୨୧ ତୃଣମୂଳ ବିଧାୟକ ସମ୍ପର୍କରେ ଅଛନ୍ତି

କୋଲ୍‌କାତା : କ୍ଷମତାସୀମ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ୨୧ ବିଧାୟକ ତାଙ୍କ ସମ୍ପର୍କରେ ଅଛନ୍ତି ବୋଲି ବିଜେପି ନେତା ତଥା ବଲିଉଡ୍ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ ପୁଣିଥରେ ଦାବି କରିଛନ୍ତି । ଶନିବାର କୋଲ୍‌କାତାର ବିଜେପି ଅଫିସ୍‌ରେ ଏକ ପ୍ରେସ୍ କନ୍‌ଫରେନ୍ସରେ ମିଥୁନ୍ ଏହା କହିଛନ୍ତି । ସେ କହିଥିଲେ, ପୂର୍ବରୁ ଏହା କହିଥିଲି ଏବେ ମଧ୍ୟ ପୁଣି କହୁଛି । ମୁଁ ମୋ ଦାବି ଉପରେ କାଏମ ରହିଛି । କେବଳ ଅପେକ୍ଷା କରନ୍ତୁ । ମିଥୁନ୍ ଦୁର୍ଗାପୂଜା ପାଇଁ ଶନିବାର କୋଲ୍‌କାତା ଆସିଛନ୍ତି ।

ଏହା ପୂର୍ବରୁ ସେ ବିଜେପି ନେତାମାନଙ୍କ ସହ ବୈଠକ କରିଥିଲେ । କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ ପଛରେ ପ୍ରଧାନମନ୍ତ୍ରୀଙ୍କ ହାତ ନଥିବା ସମ୍ପର୍କରେ ନିକଟରେ ମୁଖ୍ୟମନ୍ତ୍ରୀ ମମତା ବାନାଜୀ ଦେଇଥିବା ମନ୍ତବ୍ୟ ଉପରେ ମଧ୍ୟ ସେ ଟିପ୍ପଣୀ କରିଥିଲେ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଠିକ୍ କହିଛନ୍ତି । ପ୍ରଧାନମନ୍ତ୍ରୀ ଏପରି କରୁନାହାନ୍ତି । କୋର୍ଟ ନିଷ୍ପତ୍ତି ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ହେଉଛି, ଆମେ କ’ଣ କରିପାରିବୁ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking