37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶମୋଦୀଙ୍କୁ ଟାର୍ଗେଟ୍ କରିଥିବା ପିଏଫ୍‌ଆଇ: କେରଳରେ ହୋଇଥିବା ଯୋଜନା

ମୋଦୀଙ୍କୁ ଟାର୍ଗେଟ୍ କରିଥିବା ପିଏଫ୍‌ଆଇ: କେରଳରେ ହୋଇଥିବା ଯୋଜନା

ବିହାରରେ ହତ୍ୟା ଷଡ଼ଯନ୍ତ୍ର
ତିରୁଅନନ୍ତପୁରମ୍‌: ଟେରର୍ ଫଣ୍ଡିଂ ମାମଲାରେ ଗୁରୁବାର ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ କରି ପିଏଫ୍‌ଆଇର ଶତାଧିକ ନେତା ଓ ସଦସ୍ୟଙ୍କୁ ଗିରଫ କରିଥିବା କେନ୍ଦ୍ରୀୟ ଏଜେନ୍ସି ଏହି ମାମଲାରେ ବଡ଼ ଦାବି କରିଛି । କୋଝିକୋଡ୍‌ରୁ ଗିରଫ ପିଏଫ୍‌ଆଇ ସଦସ୍ୟ ଶଫିକ୍ ପାୟଥେର ରିମାଣ୍ଡ ନୋଟ୍‌ରେ ଇଡି ଦର୍ଶାଇଛି, ପାଟନାରେ ଜୁଲାଇ ୧୨ରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ରାଲିରେ ଆକ୍ରମଣ ଷଡ଼ଯନ୍ତ୍ରର ଫଣ୍ଡିଂରେ ଶଫିକ୍ ପାୟଥେ ସାମିଲ ଥିଲା । ମିଡିଆ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ ପାଇଁ ସଂଗଠନ ମଧ୍ୟ ଏକ ଟ୍ରେନିଂ କ୍ୟାମ୍ପ୍‌ର ଆୟୋଜନ କରିଥିଲା । ୨୦୧୩ ପରି ଘଟଣାର ପୁନରାବୃତ୍ତି ଏହି କ୍ୟାମ୍ପ୍ ଆୟୋଜନର ଉଦ୍ଦେଶ୍ୟ ଥିଲା ।

୨୦୧୩ରେ ପାଟନା ଗାନ୍ଧୀ ମଇଦାନରେ ବିଜେପିର ତତ୍କାଳୀନ ଷ୍ଟାର୍ ପ୍ରଚାରକ ନରେନ୍ଦ୍ର ମୋଦୀଙ୍କ ରାଲିରେ ସିରିଏଲ୍ ବମ୍‌ବ୍ଲାଷ୍ଟ୍ ହୋଇଥିଲା । ପିଏଫ୍‌ଆଇକୁ ମଧ୍ୟପ୍ରାଚ୍ୟ ଦେଶରୁ ହାୱାଲା ମାଧ୍ୟମରେ ଫଣ୍ଡିଂ କରାଯାଉଥିବା ଇଡି କହିଛି । ଇଡି ଚଳିତ ବର୍ଷ ପିଏଫ୍‌ଆଇର ୧୨୦ କୋଟି ଟଙ୍କା ଜବତ କରିଥିଲା । ପାୟଥେ ମଧ୍ୟ ୪୦ ଲକ୍ଷ ଟଙ୍କା ଅବୈଧ ଭାବେ କତାର୍‌ରୁ ଟ୍ରାନ୍ସଫର୍ କରିଥିଲା । ସେହିପରି କୋଚିରେ ଏନ୍‌ଆଇଏ ପକ୍ଷରୁ ଦାଖଲ ଆଫିଡେଭିଟ୍‌ରେ କୁହାଯାଇଛି, ଭାରତକୁ ଇସ୍‌ଲାମିକ୍ ରାଷ୍ଟ୍ର କରିବାରେ ପିଏଫ୍‌ଆଇ ଯୁବକମାନଙ୍କୁ ଆଇଏସ୍‌ଆଇଏସ୍ ପରି ଆତଙ୍କୀ ସଂଗଠନରେ ଯୋଗଦେବାକୁ ପ୍ରୋତ୍ସାହିତ କରୁଛି । ଚଢ଼ଉ ପରେ ଗିରଫ ବ୍ୟକ୍ତିଙ୍କଠାରୁ ମିଳିଥିବା ଡକ୍ୟୁମେଣ୍ଟ୍ ଅନୁସାରେ ଭାରତର ଶାସନ କ୍ଷମତା ଦଖଲ କରିବା ସଂଗଠନର ଲକ୍ଷ୍ୟ ।

୨୦୪୭ରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବାକୁ ପୂର୍ବରୁ ଭାରତକୁ ଇସ୍‌ଲାମିକ୍ ରାଷ୍ଟ୍ର କରିବା ଏହି ଡକ୍ୟୁମେଣ୍ଟ୍‌ରେ ଲେଖାଥିବା ଜଣାପଡ଼ିଛି । ଏଜେନ୍ସି ପକ୍ଷରୁ କୋର୍ଟଙ୍କୁ କୁହାଯାଇଛି, ହାୱାଲା ମାଧ୍ୟମରେ ଅର୍ଥ ଯୋଗାଡ଼କରି ପିଏଫ୍‌ଆଇ ସଦସ୍ୟ ଟ୍ରେନିଂ କ୍ୟାମ୍ପ୍ ଆୟୋଜନ କରୁଛନ୍ତି । ଏହା ସହିତ ସଂଗଠନର ସଦସ୍ୟମାନେ ଦେଶରେ କେତେକ ଅପରାଧିକ ଷଡ଼ଯନ୍ତ୍ରରେ ମଧ୍ୟ ସାମିଲ ଅଛନ୍ତି। ଏପ୍ରିଲ୍‌ରୁ ହିଁ ଏହାର ତଦନ୍ତ ଚାଲିଥିଲା । ସିଏଏ ଆଇନ ଏବଂ ହାଥରସ୍ ପରି ଘଟଣାରେ ମଧ୍ୟ ସରକାରଙ୍କ ବିରୋଧରେ ଲୋକଙ୍କୁ ଉସୁକାଇବାରେ ଏହି ସଂଗଠନର ହାତ ରହିଛି ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking