33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗସ୍ଵାଭିମାନ ଅଞ୍ଚଳବାସୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ କନଫରେନ୍ସ ଜରିଆରେ ବାର୍ତାଳାପ

ସ୍ଵାଭିମାନ ଅଞ୍ଚଳବାସୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ କନଫରେନ୍ସ ଜରିଆରେ ବାର୍ତାଳାପ

ମାଲକାନାଗିରି: ଗତକାଲି ମଙ୍ଗଳବାର ମାଲକାନାଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳ ବାସୀଙ୍କ ସହିତ ଭିଡ଼ିଓ କନ୍ଫରେନସ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାର୍ତାଳାପ କରିଥିଲେ । ସ୍ୱାଭିମାନ ଅଞ୍ଚଳ ବାସୀଙ୍କ ପାଇଁ ଏହା ଏକ ଖୁସିର ଦିନ ଥିଲା କାରଣ ରାଜ୍ୟର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସ୍ଵାଭିମାନ ଅଞ୍ଚଳ ବାସୀଙ୍କ ସହ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ବାର୍ତ୍ତାଳାପ କରିବେ । ସ୍ଵାଭିମାନ ବାସୀ ଉକ୍ତ ବାର୍ତ୍ତାଳାପରେ ନିଜ ଅଞ୍ଚଳର ବିକାଶ ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ଜଣେଇବେ ବୋଲି ମତ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ଟି ଯନ୍ତାପାଇ ର ବି.ଏସ.ଏଫ୍ କ୍ୟାମ୍ପରୁ ଆରମ୍ଭ କରାଯିବ ସେଥିପାଇଁ ଏହାର ତଦାରଖ କରିବା ପାଇଁ କ୍ରୀଡା ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ସ୍ୱାଭିମାନ ଅଞ୍ଚଳ ବାସୀଙ୍କ ବିକାଶ ପାଇଁ ବହୁ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ଏହା ସହିତ ଅଞ୍ଚଳ ବାସୀଙ୍କୁ ୭୦୦ ଟି ନୂଆ ସ୍କ୍ରିନ ଟଚ ମୋବାଇଲ ବିତରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନୂଆ ନିଯୁକ୍ତି ଜିଲ୍ଲାପାଳ ଡ଼ଃ Y. Vijay, PDDRDA ବାଲ ମୁକୁନ୍ଦ ଭୁଇୟା, APD ମାନସ ମିଶ୍ର, SP ହୃଷିକେଶ ଖିଲାଡି, ଚିତ୍ରକୋଣ୍ଡା BDO ନରିମନ ଖରସେଲ, ନବରଙ୍ଗପୁର MP ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, SDC ଚେୟାରମ୍ୟାନ ମାନସ ମାଡକାମୀ, ଷ୍ଟେଟ ଏଗଜୁକେଟିଭ ବୋଡି ମେମ୍ବର ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ଦଶରଥ ପଡ଼ିଆମୀ, ଚିତ୍ରକୋଣ୍ଡା MLA ସତ୍ୟ ପାଣିଗ୍ରାହୀ, ବରିଷ୍ଠ BJD କାର୍ଯ୍ୟକର୍ତ୍ତା ଗୋପାଳ କୃଷ୍ଣ ପଣ୍ଡା, ବରିଷ୍ଠ ଓକିଲ ନୃସିଂହ ଚରଣ ମହାନ୍ତି ଓ ରବିନାରାୟଣ ପାତ୍ର, ଜେମ୍ସ ଏହିପରି ୧୦୦ ରୁ ଉର୍ଦ୍ଧ୍ବ BJD କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବାବେଳେ ପାଖାପାଖି ୪ ହଜାରରୁ ଅଧିକ ଲୋକ ମାନେ ସେଠାରେ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking