37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗପତ୍ନୀ ବିୟୋଗରେ ସ୍ୱାମୀ କଲେ ଆତ୍ମହତ୍ୟା

ପତ୍ନୀ ବିୟୋଗରେ ସ୍ୱାମୀ କଲେ ଆତ୍ମହତ୍ୟା


ନାଗପୁର : ମହାରାଷ୍ଟ୍ରର ଜଲଗାଓଁରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ଦୁଃଖରେ ମ୍ରିୟମାଣ ହୋଇ ନିଜ ଜିବନ ହାରି ଦେଇଛନ୍ତି । ଏଭଳି ଘଟଣା ଶୁଣିବାକୁ ନାଟକିୟ ଲାଗୁଥାଇ ପାରେ ମାତ୍ର ଏହା ସତ । ତେବେ ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡ଼ିଆରେ ନିଜ ଦୁଃଖକୁ କହିଛନ୍ତି । ତେବେ ମୃତ ବ୍ୟକ୍ତି ଜଣକ ଜଲଗାଓଁର ପ୍ରମୋଦ ସେଠ ବୋଲି ଜଣା ପଡ଼ିଛି । ଗତ ଦିପାବଳୀ ଦିନ ତାଙ୍କ ପତ୍ନୀ ବିଷ ପିଇ ଆତ୍ମହତ୍ୟା କରିଥିଲେ ।
ତେବେ ପ୍ରମୋଦ ଓ ତାଙ୍କ ପତ୍ନୀ ଭଲପାଇ ବିବାହ କରିଥିଲେ ଓ ଦୁଇଜଣ ଏକାଠି ନିଜ ଦୁଇ ସନ୍ତାନଙ୍କ ସହ ଖୁସିରେ ରହୁଥିଲେ । ତେବେ ପ୍ରମୋଦ ଆତ୍ମହତ୍ୟା କରିବା ପୁର୍ବରୁ ନିଜର ଦୁଃଖ ଫେସବୁକରେ ଲାଇଭ କରି ଜଣାଇଥିଲେ । ଏହାପରେ ନିଜେ ଟ୍ରେନ ଆଗକୁ ଡ଼େଇଁ ପଡ଼ିଥିଲେ । ମଙ୍ଗଳବାର ଦିନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପୋଲିସ ଏବେ ମୃତ୍ୟୁର କାରଣ ଖୋଜିବା ସହ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking