ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା । ଅଖିମୁଠି ଅନୂକୂଳ କରିବେ ଚାଷୀ । ଜମିରେ ପ୍ରଥମ କରି ବିହନ ବୁଣି ଆରମ୍ଭ କରିବେ ଖରିଫ ଫସଲ ଚାଷ କାମ । ଇଷ୍ଟଦେବଙ୍କୁ ପୂଜା କରି ଭଲ ଫସଲ ଓ ଅମଳ ପାଇଁ ଆଶା ବାନ୍ଧିବେ । ଅକ୍ଷୟ ତୃତୀୟାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚଳିତ ବର୍ଷ ଅଖିମୁଠୀ ଅନୁକୂଳ ଶୁଭଙ୍କର ହେଉ । ଓଡିଶା ମାଟି ଶସ୍ୟଶ୍ୟାମଳା ହେଉ । ପ୍ରତିଟି ଚାଷୀ ପରିବାର ହସଖୁସି ଓ ସମୃଦ୍ଧିରେ ଭରି ଉଠୁ । ତେବେ ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ସିଏମ ସହାୟତା ରାସି ଚାଷୀଙ୍କୁ ପ୍ରଦାନ କରିବେ କଟକ ବିଦ୍ୟାଧରପୁର ଧାନ ଗବେଷଣା କେନ୍ଦ୍ରରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।










