27.1 C
Bhubaneswar
Friday, May 10, 2024
Homeଛତିଶଗଡ ବିଧାନସଭା ନିର୍ବାଚନ-2023ଛତିଶଗଡ ବିଧାନସଭା ନିର୍ବାଚନର ତାରିଖ ଘୋଷଣା, ୨ଟି ପର୍ଯ୍ୟାୟର ହେବ ମତଦାନ

ଛତିଶଗଡ ବିଧାନସଭା ନିର୍ବାଚନର ତାରିଖ ଘୋଷଣା, ୨ଟି ପର୍ଯ୍ୟାୟର ହେବ ମତଦାନ

ରାୟପୁର  : ନିର୍ବାଚନ ଆୟୋଗ ଛତିଶଗଡ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିସାରିଛନ୍ତି । ରାଜ୍ୟର 90 ଟି ବିଧାନସଭା ଆସନରେ ମତଦାନ ଏବଂ ଭୋଟ ଗଣନା ପାଇଁ ସମସ୍ତ ପ୍ରସ୍ତୁତି କରିବା ପରେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ନିର୍ବାଚନ ଆୟୋଗ କହିଛନ୍ତି ଯେ, ତାରିଖ ଘୋଷଣା ସହିତ ରାଜ୍ୟରେ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ କରାଯାଇଛି। ନିର୍ବାଚନ ସମାପ୍ତ ହେବା ପରେ ଆଚରଣ ବିଧି ହଟାଯିବ। ନଭେମ୍ବର 7 ଏବଂ ନଭେମ୍ବର 17ରେ ଛତିଶଗଡରେ ମତଦାନ ହେବ । ନିର୍ବାଚନ ଫଳାଫଳ 3 ଡିସେମ୍ବରରେ ଘୋଷଣା କରାଯିବ । ଖାସ କଥା ହେଲେ 2018 ପରି ଏଥର ମଧ୍ୟ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ୍ 7 ନଭେମ୍ବରରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ 17 ନଭେମ୍ବରରେ ଅନୁଷ୍ଠିତ ହେବ । ଅକ୍ଟୋବର 13 ରେ ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ଜାରି କରାଯିବ ଏବଂ ଅକ୍ଟୋବର 20 ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ନିର୍ଦ୍ଧାରିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking