30.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆଇପିଏଲ ମ୍ୟାଚ ଦେଖୁଥିଲେ ଭୁଶୁଡି ପଡିଲା ଛାତ, ଚାଲିଗଲା ୩ ଜୀବନ

ଆଇପିଏଲ ମ୍ୟାଚ ଦେଖୁଥିଲେ ଭୁଶୁଡି ପଡିଲା ଛାତ, ଚାଲିଗଲା ୩ ଜୀବନ

ଚେନ୍ନାଇ: ତାମିଲନାଡୁର ଚେନ୍ନାଇ ସହରରେ ଏକ ବଡ ଅଘଟଣ ଘଟିଛି । ଗୋଟିଏ ପବ୍‌ର ଛାତ ଭୁଶୁଡି ପଡିବାରୁ ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ସେହି ପବ୍‌ରେ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ମଣିପୁର ଏବଂ ଜଣେ ତାମିଲନାଡୁର ହୋଇଥିବା ଜଣାପଡିଛି । ଗତକାଲି ରାତି ପାଖାପାଖି ସାଢେ ୮ଟା ବେଳେ ପବ୍‌ର ପ୍ରଥମ ମହଲା ଛାତ ଭୁଶୁଡି ପଡିଥିଲା । ଏହା ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଆଉ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଛାତ ଭୁଶୁଡିବାର କାରଣ ଏ ଯାଏଁ ସ୍ପଷ୍ଟ ହୋଇନି ।

ସୂଚନା ମୁତାବକ, ଚେନ୍ନାଇର ଅଲୱରପେଟ ଅଞ୍ଚଳରେ ଥିବା ଶେଖମେତ୍ କ୍ଲବ ନାମକ ପବ୍‌ରେ ଏହି ଅଘଟଣ ଘଟିଛି । ଗତକାଲି ଆଇପିଏଲ ମ୍ୟାଚ ଥିବାବେଳେ ଅନେକ ଲୋକ ପବ୍‌/ବାର୍‌ରେ ବସି ମ୍ୟାଚ ଦେଖୁଥିଲେ । ଏତିକି ବେଳେ ହଠାତ୍ ପବ୍ ଛାତ ଭୁଶୁଡି ପଡିଥିଲା । ଫଳରେ ପବ୍‌ରେ କାମ କରୁଥିବା କିଛି କର୍ମଚାରୀ ଏହା ତଳେ ଫସିଯାଇଥିଲେ । ଖବର ପାଇ ପୋଲିସ ଏବଂ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଭଙ୍ଗା ଛାତ ତଳୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ଆଉ ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking