35.1 C
Bhubaneswar
Friday, May 10, 2024
Homeଓଡିଶାବଦଳିବ ସ୍କୁଲ ଖରାଛୁଟି ନିର୍ଦ୍ଦେଶନାମା!

ବଦଳିବ ସ୍କୁଲ ଖରାଛୁଟି ନିର୍ଦ୍ଦେଶନାମା!

ଭୁବନେଶ୍ୱର: ରାଜ୍ୟରେ ପୁଣି ସ୍କୁଲଗୁଡିକରେ ଖରାଛୁଟି ନିର୍ଦ୍ଦେଶନାମାରେ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଛି । ଦୀର୍ଘ ୨ବର୍ଷ ସ୍କୁଲରେ ଅଫ୍‌ଲାଇନ ପାଠପଢ଼ା ବନ୍ଦ ଥିବାରୁ ଚଳିତବର୍ଷ ଖରାଛୁଟିରେ ତାହା ଶେଷ କରିବାକକୁ ଖରାଛୁଟିକୁ ୧୧ଦିନକୁ ହ୍ରାସ କରାଯାଇଥିଲା । ମାତ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନଜର ଦେଇ ପରେ ୨୬ରୁ ୩୦ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଥିଲା । ୨ତାରିଖରୁ ସ୍କୁଲ ପୁଣି ଆରମ୍ଭ ହୋଇଥିଲେ ହେଁ ପ୍ରବଳ ଖରା ସାଙ୍ଗକୁ ସମ୍ଭାବ୍ୟ ବାତ୍ୟା ନେଇ ଖରା ଛୁଟିରେ ବଦଳିବା ସମ୍ଭାବନା ଦେଖାଦେଇଛି । ସକାଳ ୬ରୁ ୯ ଯାଏଁ ସ୍କୁଲରେ ପାଠପଢ଼ା ଚାଲିଛି ।

ଏହା ମେ’ ୧୬ ଯାଏଁ କରିବାକୁ ନିଷ୍ପତ୍ତି ହୋଇଛି । ହେଲେ ଖରା ଓ ଅସମ୍ଭାଳ ଗୁଳୁଗୁଳି ଯୋଗୁଁ ଛୁଟି କାଟ ନିଷ୍ପତ୍ତି କୋହଳ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା କରାଯାଉଛି । ତେବେ ମେ’ ୧୭ରୁ ୩୦ ପର୍ଯ୍ୟନ୍ତ ଖରା ଛୁଟି କରାଯାଇପାରେ । ଏପରି ହେଲେ ଜୁନ୍ ମାସ ଖରା ଛୁଟି ବାତିଲ କରାଯାଇ ମେ ୩୧ରୁ ପାଠପଢା ଚାଲିବ । ତେବେ ରଜ ଲାଗି ୩ଦିନ ଛୁଟି କରାଯିବ । ରାଜ୍ୟ ସରକାର ଯଦି ଖରା ଛୁଟି ସୂଚୀ ଏପରି ଭାବେ ପରିବର୍ତ୍ତନ କରନ୍ତି, କୋର୍ସ ସାରିବାକୁ ସମସ୍ୟା ହେବ ନାହିଁ ବୋଲି ଶିକ୍ଷବିତ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking