37.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶବିନା ପ୍ରମାଣରେ ସ୍ୱାମୀଙ୍କୁ ମଦୁଆ ଓ ବ୍ୟଭିଚାର କହିବା ହେଉଛି କ୍ରୁରତା: ହାଇକୋର୍ଟ

ବିନା ପ୍ରମାଣରେ ସ୍ୱାମୀଙ୍କୁ ମଦୁଆ ଓ ବ୍ୟଭିଚାର କହିବା ହେଉଛି କ୍ରୁରତା: ହାଇକୋର୍ଟ

ମୁମ୍ବାଇ: ଯଦି କୌଣସି ମହିଳା ବିନା ପ୍ରମାଣରେ ନିଜ ସ୍ୱାମୀକୁ ମଦୁଆ ଏବଂ ବ୍ୟଭିଚାରକାରୀ ବୋଲି କୁହନ୍ତି, ତେବେ ଏହା କ୍ରୁରତା ବୋଲି ବମ୍ବେ ହାଇକୋର୍ଟ ଦର୍ଶାଇଛନ୍ତି । କୋର୍ଟ ଏହି ନିଷ୍ପତ୍ତିରେ ଫ୍ୟାମିଲି କୋର୍ଟର ସେହି ଆଦେଶକୁ ସମର୍ଥନ କରିଛନ୍ତି, ଯେଉଁଥିରେ ବିବାହକୁ ରଦ୍ଦ କରିବାକୁ କୁହାଯାଇଥିଲା ।

ଜଷ୍ଟିସ୍ ନିତିନ ଜାମଦାର ଏବଂ ଶର୍ମିଲା ଦେଶମୁଖଙ୍କ ଏକ ଡିଭିଜନ୍ ବେଞ୍ଚ ୫୦ ବର୍ଷ ବର୍ଷୀୟା ମହିଳାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତିି । ତାଙ୍କ ପିଟିସନରେ ମହିଳା ପୁଣେରେ ଥିବା ଫ୍ୟାମିଲି କୋର୍ଟର ଆଦେଶକୁ ଖାରଜ କରିବାକୁ କହିଥିଲେ । ନଭେମ୍ବର ୨୦୦୫ ରେ ଫ୍ୟାମିଲି କୋର୍ଟ ଦ୍ୱାରା ଏହି ଶୁଣାଣି ହୋଇଥିଲା । ମହିଳା ଜଣକ ଜଣେ ସେନା ଅଧିକାରୀଙ୍କୁ ବିବାହ କରିଥିଲେ । ହାଇକୋର୍ଟରେ ଏକ ମାମଲା ଚାଲିଥିବା ସମୟରେ ହିଁ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା ।

ମହିଳା ଜଣକ ଦାବି କରିଛନ୍ତି ଯେ, ତାଙ୍କ ସ୍ୱାମୀ ଜଣେ ମଦ୍ୟପ ଏବଂ ଚରିତ୍ରହୀନ ଥିଲେ, ଯେଉଁଥିପାଇଁ ତାଙ୍କୁ ବୈବାହିକ ଜୀବନର ମୌଳିକ ଅଧିକାର ମଧ୍ୟ ଦିଆଯାଇନଥିଲା । ବେଞ୍ଚ କହିଛନ୍ତି ଯେ, ମହିଳା ଜଣକ ବିନା ପ୍ରମାଣରେ ନିଜ ସ୍ୱାମୀଙ୍କ ଚରିତ୍ରକୁ ବଦନାମ୍ କରିବାକୁ ଚେଷ୍ଟା କରିଛନ୍ତି ଏବଂ ସମାଜରେ ତାଙ୍କର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛନ୍ତି, ତେଣୁ ଏହି ମାମଲା ଏକ କ୍ରୁରତାର ମାମଲା । କୋର୍ଟ କହିଛନ୍ତି ଯେ, ମହିଳା ତାଙ୍କ ଅଭିଯୋଗକୁ ପ୍ରମାଣ କରିବା ପାଇଁ କୌଣସି ପ୍ରମାଣ ଦେଇନାହାଁନ୍ତି ।

ଅନ୍ୟପଟେ ମହିଳାଙ୍କ ସ୍ୱର୍ଗତ ସ୍ୱାମୀଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ କହିଛନ୍ତି ଯେ, ଏଭଳି ଅଭିଯୋଗ ହେତୁ ସେ ଡିପ୍ରେସନକୁ ଚାଲିଯାଇଥିଲେ । ହାଇକୋର୍ଟ କହିଛନ୍ତି ଯେ, ଯେତେବେଳେ ଜଣେ ବ୍ୟକ୍ତି ମାନସିକ ସ୍ତରରେ ନିର୍ଯାତିତ ହୁଏ ଯେ ସେ ଏକାଠି ହେବାକୁ ସାହସ କରେ ନାହିଁ, ସେତେବେଳେ ଏହା କ୍ରୁରତା ଶ୍ରେଣୀକୁ ଚାଲିଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking