32.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶକୌଣସି ବୁଝାବଣା ମୁଁ ଚାହେଁନି, ଥାପଡ୍ ଗାର୍ଲକୁ ଜେଲ ପଠାଇବି : କ୍ୟାବ ଡ୍ରାଇଭର୍‌

କୌଣସି ବୁଝାବଣା ମୁଁ ଚାହେଁନି, ଥାପଡ୍ ଗାର୍ଲକୁ ଜେଲ ପଠାଇବି : କ୍ୟାବ ଡ୍ରାଇଭର୍‌

ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନøରେ ବିନା କାରଣରେ ଜଣେ ଯୁବତୀ ଏକ କ୍ୟାବ ଡ୍ରାଇଭରକୁ ମାରିବା ଘଟଣା ଥମିବାର ନା’ ନେଉନାହିଁ । ସୋସିଆଲ ମିଡ଼ିଆରେ ସେହି ଯୁବତୀ ଏବେ ଥାପଡ଼ ଗାର୍ଲ ନା’ରେ ଚର୍ଚ୍ଚାରେ ରହିଛନ୍ତି । ଗତକିଛି ଦିନ ତଳେ ସେହି ଥାପଡ଼ ଗାର୍ଲ ନିଜ ଭୁଲ ବୁଝି କ୍ଷମା ମାଗିଥିବା ବେଳେ ଏବେ ସେହି କ୍ୟାବ୍ ଡ୍ରାଇଭର ସହାଦତ ଅଲ୍ଲୀ କିନ୍ତୁ ଏଥିରେ ସନ୍ତୁଷ୍ଟ ନାହାନ୍ତି । ସେ କହିଛନ୍ତି ଯେ, ଯଦି ସେହି ଯୁବତୀଙ୍କୁ ଗିରଫ ନ କରାଯାଏ ତେବେ ସେ ହାଇକୋର୍ଟର ଦ୍ୱାରସ୍ଥ ହେବେ । ଥାପଡ ଗାର୍ଲ ପ୍ରିୟଦର୍ଶିନୀ ଯାଦବ ଏହି ଘଟଣାରେ ଆପୋଷ ବୁଝାବଣା କରିବାକୁ ଚାହୁଁଥିବା ବେଳେ କ୍ୟାବ୍ ଡ୍ରାଇଭର କିନ୍ତୁ ଏହି ସର୍ତ୍ତରେ ରାଜି ନାହାନ୍ତି । ତାଙ୍କର କହିବା କଥା ହେଉଛି ଯୁବତୀ ଭୁଲ କରିଛନ୍ତି ମାନେ ତାଙ୍କୁ ଏହାର ଦଣ୍ଡ ନିଶ୍ଚିତ ଭୋଗିବାକୁ ପଡ଼ିବ । ସେହି ଯୁବତୀଙ୍କ କାରଣରୁ ତାଙ୍କ ଇଜ୍ଜତ୍‌ରେ ଆଘାତ ହୋଇଛି ଏବଂ ସମାଜରେ ସମ୍ମାନ କ୍ଷୂର୍ଣ୍ଣ ହୋଇଛି । ତେଣୁ ତାକୁ ଦଣ୍ଡ ଭୋଗିବାକୁ ପଡ଼ିବ । କେବଳ ଏତିକି ନୁହେଁ ସହାଦତ ଅଲ୍ଲୀ ପୋଲିସ ଉପରେ ମଧ୍ୟ ଆରୋପ ଲଗାଇଛନ୍ତି । ପୋଲିସ ଥାପର୍ଡ ଗାର୍ଲଙ୍କ ସହ ମିଶି ମୁଁ ଦେଇଥିବା ଅଭିଯୋଗକୁ ଅଣଦେଖା କରୁଛି । ଯଦି ଏହି କାମ ମୁଁ କରିଥାନ୍ତି ତେବେ ପୋଲିସ କେବେ ଠାରୁ ମତେ ବାନ୍ଧି ଜେଲରେ ଭର୍ତ୍ତି କରି ସାରନ୍ତାଣି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking