28.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟ ସରକାର ଙ୍କ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ଦାବିରେ ନେସ୍କୋ କାର୍ଯ୍ୟାଳୟ ରେ ଗଣ...

ରାଜ୍ୟ ସରକାର ଙ୍କ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ଦାବିରେ ନେସ୍କୋ କାର୍ଯ୍ୟାଳୟ ରେ ଗଣ ଧାରଣା -ବ୍ୟାସନଗର କଂଗ୍ରେସ କମିଟି

ଯାଜପୁର (ଓଏନଏ) -ଆଜି ରାଜ୍ୟ ସରକାର ଚଳିତ ବର୍ଷ ଆରମ୍ଭ ରେ ୨ ଥର ବିଦ୍ୟୁତ ଶୁଳ୍କ ବୃଦ୍ଧି କୁ ବିରୋଧ କରି ପି ସି ସି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ବ୍ୟାସନଗର କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ନେସ୍କୋ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା ବ୍ୟାସନଗର କଂଗ୍ରେସ କମିଟି ସଭାପତି ଦିଲ୍ଲୀପ କୁମାର ମଲ୍ଲିକ ଙ୍କ ଅଧକ୍ଷ୍ୟତା ରେ ଅନୁଷ୍ଠିତ ହୋଇଯାଇଛି !ଏହି ଧାରଣା ଓ ପ୍ରତିବାଦ ସଭାରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ବକ୍ତବ୍ୟ ରେ କହିଲେ କି ରାଜ୍ୟ ସରକାର କରୋନା ମହାମାରୀ ସମୟ ରେ ଲୋକଙ୍କ ର ଆର୍ଥିକ ଅବସ୍ଥା ଶୋଚନୀୟ ଥିବାବେଳେ୨ ଥରରେ 50ପଇସା ବିଦ୍ୟୁତ ଶୁଳ୍କ ବୃଦ୍ଧି କୁ ଦୃଢ଼ ନିନ୍ଦା କରିଥିଲେ, ଓଡିଶା ବିଦ୍ୟୁତ ଉତ୍ପାଦନ ରେ ଏକ ବଳକା ରାଜ୍ୟ ଭାବେ ଡିଣ୍ଡିମ ପିଟୁଥିବା ବେଳେ, ଅନ୍ୟ ରାଜ୍ୟ ବିଦ୍ୟୁତ ଶୁଳ୍କ ତୁଳନାରେ ଆମ ରାଜ୍ୟ ସବୁଠାରୁ ଆଗରେ ଥିବାରୁ ଏହାକୁ ସମାଲୋଚନା କରିଥିଲେ !ଏହି ଗଣଧାରଣା ଓ ପ୍ରତିବାଦ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସୁଧାନିଧି ମହାପାତ୍ର, ମହିଳା କଂଗ୍ରେସ ଜିଲ୍ଲା ସଭାନେତ୍ରୀ ରିତାଶ୍ରୀ ମହାନ୍ତି, ହୃଦାନନ୍ଦ ସାମଲ, ପ୍ରମୋଦ ପରିଡା, ତପନ ନାୟକ, ନିର୍ମଳା ମଲ୍ଲିକ,ଵିନ୍ଦୁମତି ବେହେରା, ଅନୁପମା ଜେନା,ପ୍ରଣତି ରାଉତ, ପରମାନନ୍ଦ ସେଠୀ, ଅନୁପ ନାୟକ, ପ୍ରିୟବ୍ରତ ସାହୁ, ପ୍ରଭାତ ମହାପାତ୍ର, ରାଜ କିଶୋର ପ୍ରଧାନ, ପ୍ରମୋଦ ରାଉତ,ଧୁଶାସନ ଦାସ, ସନ୍ତୋଷ ମହାନ୍ତି, ପଦ୍ମନାଭ ସ୍ୱାଇଁ,ସନ୍ତୋଷ ବରାଳ, ନାରାୟଣ ନାୟକ, ଦିନେଶ ପରିଡା, ଅମୁଲ୍ୟ ମଲ୍ଲିକ,ରବୀନ୍ଦ୍ର ରାଉତ, ସୁରେନ୍ଦ୍ର ନାୟକ, ରମାକାନ୍ତ ମଲ୍ଲିକ, ପ୍ରଫୁଲ୍ଲ ପାତ୍ର, ଜଗବନ୍ଧୁ ନାୟକ, ବାଇଧର ମଳିକ, ଅଶୋକ ରାଉତ, କୃଷ୍ଣ ମଳିକ ପ୍ରମୁଖ ରାଜ୍ୟ ସରକାର ଫେବୃଆରୀ ମାସ ରେ 20ପଇସା ବିଦ୍ୟୁତ ଶୁଳ୍କ ବୃଦ୍ଧି କରିଥିବା ବେଳେ ଟାଟା ପାୱାର କୁ ହସ୍ତାନ୍ତର ପୂର୍ବରୁ କାହିଁକି 30ପଇସା ବିଦ୍ୟୁତ ଶୁଳ୍କ ବୃଦ୍ଧି କରିଛନ୍ତି ତାହା ଆଜି ପ୍ରଶ୍ନ କରିଛନ୍ତି !ସରକାର ଯଦି ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ନ କରନ୍ତି ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି !ଶେଷରେ ନେସ୍କୋ ଅଧିକ୍ଷଣଯନ୍ତ୍ରୀ ଧାରଣା ସ୍ଥଳରେ ପହଞ୍ଚି ମହାମହିମ ରାଜ୍ୟପାଳ ଙ୍କ ଉଦ୍ଧେଶ୍ୟ ରେ ଦାବିପତ୍ର ଗ୍ରହଣ କରିଥିଲେ ଓ ଧାରଣା ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ !

-ରିପୋର୍ଟ ଅଭିମନ୍ୟୁ ମିଶ୍ର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking