ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥର କମ୍ଭୀର ସାହି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବସ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ କାରରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ବସଟି ଠାକୁରମୁଣ୍ଡାରୁ କରଞ୍ଜିଆ ଆସୁଥିବା ବେଳେ କାରଟି ବୀପରୀତ ଦିଗରୁ ଆସୁଥିଲା । ମୃତକଙ୍କ ପରିଚୟ ମିଳିନାହିଁ । ତେବେ କାରଟି ଯାଜପୁରର ହୋଇଥିବା ନମ୍ବର ପ୍ଲେଟରୁ ଜଣାପଡିଛି । ତେବେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ସେମାନଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ଦୁର୍ଘଟଣା ପରେ କିଛି ସମୟ ଧରି ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପୁଲିସ ପହଁଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଉପସ୍ଥିତ ପରିସ୍ଥିତି ଶାନ୍ତ ପଡିବା ପରେ ପୋଲିସ ଉଭୟ କାର ଏବଂ ବସକୁ ଜବତ କରିଛି ।










