ଜଗତସିଂହପୁର: ଜଗତସିଂହପୁର ସସ୍ମିତା ଦାସ ହତ୍ୟାକାଣ୍ଡ ଘଟଣା । ଜାମସେଦପୁରରୁ ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକକୁ ଗିରଫ କଲା ଜଗତସିଂହପୁର ପୋଲିସ । ବୁଧବାର ରାତିରେ ଜାମସେଦପୁରରୁ ଗିରଫ କରିଛି ଜଗତସିଂହପୁର ପୋଲିସର ସ୍ପେଶାଲ ସ୍କ୍ୱାଡ୍। ପୋଲିସ ଅଭିଯୁକ୍ତକୁ ଅଧିକ ପଚରା ଉଚରା କରିବା ସହିତ ସିନ୍ ରିକ୍ରିଏସନ କରିବ ।ଅନ୍ୟ ଜଣେ ଯୁବକଙ୍କ ସହ ନିର୍ବନ୍ଧ ହେବା ପରେ ସସ୍ମିତାଙ୍କୁ ମୁଗ ବିଲ ନିକଟରକୁ ଡାକି ତାର ପୂର୍ବ ପ୍ରେମିକ ଅତି ନିର୍ମମ ଭାବରେ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ପରେ ୨୧ ତାରିଖ ଦିନ ମୁଗ ବିଲରୁ ତାଙ୍କର ମୃତଦେହ ପାଇଥିଲେ ।ସେପଟେ ଖବର ପାଇ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଥିଲା। ସସ୍ମିତାଙ୍କ ପ୍ରେମିକକୁ ଗିରଫ କରିବାରେ ସଫଳ ହୋଇଛି । ଜାମସେଦପୁରରୁ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଏଥିରେ ଆଉ କେହି ସହଯୋଗୀ ଅଛନ୍ତି କି ନାହିଁ ପୋଲିସ ତାର ତଦନ୍ତ କରୁଛି ।










