38.8 C
Bhubaneswar
Thursday, April 23, 2026
Homeଓଡିଶାଭିସୁଟରେ ପୁଣି ରାଗିଂ ଅଭିଯୋଗ

ଭିସୁଟରେ ପୁଣି ରାଗିଂ ଅଭିଯୋଗ

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ପୁଣି ରାଗିଂ ଅଭିଯୋଗ ହୋଇଛି । ଭିସୁଟର ମେକାନିକାଲ ବିଭାଗର ଜଣେ ଛାତ୍ରଙ୍କୁ ଦ୍ୱିତୀୟ ବର୍ଷର ୩ ଜଣ ଓ ତୃତୀୟ ବର୍ଷର ଜଣେ ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ବିଶ୍ୱବିଦ୍ୟାଳୟର ଆଣ୍ଟିରାଗିଂ ସେଲ ୪ ଜଣ ଛାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କଲାପରେ ତାଙ୍କୁ ଦଣ୍ଡିତ କରାଯାଇଛି । ଏନେଇ ଗଠନ କରାଯାଇଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଛାତ୍ରମାନଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛି । ୧୫ ଦିନ ପୂର୍ବରୁ ଜଣେ ଛାତ୍ରଙ୍କୁ ବରିଷ୍ଠ ଛାତ୍ର ମାନେ ମୁଖ୍ୟ ଫାଟକ ନିକଟରେ ପ୍ରଶ୍ନ କରୁଥିଲେ । ଏହି ସମୟରେ ଜଣେ ଛାତ୍ର ଏହି ଘଟଣାର ଭିଡିଓ ଉତ୍ତୋଳନ ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ଉକ୍ତ ଛାତ୍ରଙ୍କ ମୋବାଇଲଟି ତଳେ ପଡି ଭାଙ୍ଗି ଯାଇଥିଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking