ବାଲେଶ୍ୱର: ରାଜ୍ୟରେ ଖରାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲାରେ ୩ ଦିନ ପାଇଁ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପୂର୍ବରୁ ମଧ୍ୟ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପୁଣି ରେକର୍ଡ ଭାଙ୍ଗିଲା ତାତି । ୪୪. ୬ ଡିଗ୍ରୀ ସହ ଝାରସୁଗୁଡା ପାଲଟିଲା ଦେଶର ସବୁଠୁ ଉତ୍ତପ୍ତ ସହରା ରାଜ୍ୟରେ ୨୫ ସ୍ଥାନରେ ତାପମାତ୍ରା ୪୦ ଉପରେ ରହିଛି । ଢେଙ୍କାନାଳ ଦେଶର ଦଶମ ଉତ୍ତପ୍ତ ସହର ହୋଇଥିବା ବେଳେ ଅନୁଗୁଳ ୧୨ ତମ ସ୍ଥାନରେ ରହିଥିଲା । ପାଣିପାଗ ବିଭାଗ ସତର୍କ କରାଇଛି ଯେ, ଆଗକୁ ଏହି ଅସହ୍ୟ ତାତିରୁ ନିସ୍ତାର ମିଳିବାର ଆଶା କ୍ଷୀଣ । ତାତି ଆହୁରି ବଢିବ, ଅସମ୍ଭାଳ ହେବ । ଖୁବଶୀଘ୍ର ତାପମାତ୍ରା ୪୫ ଡିଗ୍ରୀ ଟପିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆହୁରି ୫ ଦିନ ଗ୍ରୀଷ୍ମ ଯନ୍ତ୍ରଣା ଜାରି ରହିବ ବୋଲି କୁହାଯାଇଛି । ଖରାକୁ ଦୃଷ୍ଟିରେ ରଖି ଓଡିଶାର ଅଧାରୁ ଅଧିକ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି ।










