ପିପିଲି: ପିପିଲିରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ରେ ସାମିଲ ହେଲେ ଶତାଧିକ ଯୁବକ । ଗୋ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଦାବି ନେଇ ପିପିଲି ସଙ୍କଟମୋଚନ ମନ୍ଦିର ଠାରୁ ଆରମ୍ଭ କରି ଅଧାତ୍ମିକ ପରିବେଶ ମଧ୍ୟରେ ପିପିଲି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରିଥିଲେ ଶତାଧିକ ଯୁବକ । ବିଶେଷ କରି ରାଜ୍ୟ ଓ ଦେଶରେ ଦିନକୁ ଦିନ ବଢୁଥିବା ଗୋ ହତ୍ୟା ଓ ଗୋ ଚାଲାଣ ସମ୍ପୂର୍ଣ ବନ୍ଦ କରିବା ଓ ଗୋ ମାଫିଆ ଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ କଡା ଆଇନ ଆଣିବାକୁ ଦାବି ହୋଇଥିଲା। ରାଷ୍ଟ୍ରପିତ,ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦିଆଯାଇଥିବା ଦାବି ପତ୍ରକୁ ପିପିଲି ତହସିଲଦାର ଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଙ୍କୁ ପ୍ରଦାନ କରାଯାଇଥିଲା।ଯେଉଁଥିରେ ପ୍ରାୟ ଦଶ ହଜାର ରୁ ଉର୍ଦ୍ଧ ଗୋ ପ୍ରେମୀ ମାନଙ୍କ ଦସ୍ତଖତ ରହିଛି।ତେବେ ଏହି ଅଭିଯାନ ଗତ ଡିସେମ୍ବର ମାସରୁ 5ମାସ ଧରି ଚାଲିଥିବା ବେଳେ ଆଜିର ଦିନଟିକୁ ଗୋ ସମ୍ମାନ ଦିବସ ଭାବେ ପାଳନ କରାଯାଇଛି।ସାରା ଭାରତ ବର୍ଷରେ ଆଜିର ଦିନରେ ଗୋ ସୁରକ୍ଷା ନେଇ 5ହଜାରୁ ଉର୍ଦ୍ଧ ସ୍ଥାନରେ ଏହିଭଳି ଦାବିପତ୍ର ଦିଆଯାଇଥିବା ଗୋପ୍ରେମୀ କହିଛନ୍ତି।










