28.1 C
Bhubaneswar
Friday, April 24, 2026
Homeଓଡିଶାଧାନ ପାନ ମୀନର ସୁରକ୍ଷାରେ ବାହାରିଲା କଂଗ୍ରେସ ସରକାରଙ୍କ କମ୍ପାନୀ ପ୍ରୀତିକୁ ନିନ୍ଦା କରିବା ସହ...

ଧାନ ପାନ ମୀନର ସୁରକ୍ଷାରେ ବାହାରିଲା କଂଗ୍ରେସ ସରକାରଙ୍କ କମ୍ପାନୀ ପ୍ରୀତିକୁ ନିନ୍ଦା କରିବା ସହ ବିରାଟ ଗଣଧାରଣା ପାଇଁ ଦେଲା ଚେତାବନୀ

ଭୁବନେଶ୍ୱର: ଢିଙ୍କିଆ, ନୂଆଗାଁ, ଗଡକୁଜଙ୍ଗ ଅଂଚଳରେ ଦୀର୍ଘ ୨୦ବର୍ଷ ହେଲା କମ୍ପାନୀ ମାନଙ୍କ ସ୍ୱାର୍ଥରେ ( ପୋସ୍କ,ଜିନ୍ଦଲ) ପାଇଁ ସରକାର ଓ ଜିଲ୍ଲା ପ୍ରଶାସନର ଆକ୍ରୋସର ଶିକାର ହେବା ଓ କର୍ପୋରେଟ୍ ସ୍ୱାର୍ଥରେ ପୂର୍ବରୁ ବିଜେଡି ଓ ବିଜେପି ସରକାର ଯେଉଁ ଢିଙ୍କିଆ ଚାରିଦେଶରେ ପ୍ରଶାସନିକ ଜୁଲମ୍ କରୁଥିବା ନେଇ ପୂର୍ବତନ ସାଂସଦ ଯଶୋବନ୍ତ ନରାୟଣ ସିଂ ଲାଗୁରୀ କଂଗ୍ରେସନେତା ତଥା ବଶିଷ୍ଟ ପରିବେଶବିତ ସୁଧାଂଶୁ ଶେଖର ଦେଓ , ବିଧାୟକ ପ୍ରାର୍ଥୀ ନଳିନୀ କୁମାର ସ୍ୱାଇଁ ଓ ଏରସମା ଜିଲ୍ଲାପରିଷଦ ସଦସ୍ୟ ପିନାକୀ ନାରାୟଣ ଦାଶ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନି ରେ ଯୋଗଦେଇ ଅଚଂଳରେ ଶିଳ୍ପସଂସ୍ଥାମାନଙ୍କ ଦ୍ୱାରା ଘଟୁଥିବା ଅନ୍ୟାୟ,ଅତ୍ୟାଚାର, ଶୋଷଣ ଓ ପ୍ରଦୁଷଣ ଉପରେ ନିଜର ମତାମତ ଉପସ୍ଥାପନ କରିଥିଲେ ।
ଢିଙ୍କିଆ ଚାରିଦେଶ ଏକ ଶସ୍ୟ ଶ୍ୟାମଳା ଏବଂ ସ୍ୱ ଅର୍ଥନୈତିକ ସମୃଦ୍ଧ ଅଂଚଳ ଭାବରେ ସମଗ୍ର ଭାରତ ବର୍ଷରେ ଧାନ,ପାନ,ମୀନ କୁ ନେଇ ପରିଚିତ । ଏହି ଅଂଚଳ କୁ ଓଡିଶାର ଦ୍ୱିତୀୟ କାଶ୍ମୀର ଭାବରେ ପରିଗଣିତ କରାଯାଏ । ବାପା ଅଜା ଅମଳରୁ ଭୋଗ ଦଖଲ କରିଆସୁଥିବା ଜଙ୍ଗଲ ଜମି (ଅଧିବାସୀ ଓ ପାରାମ୍ପରିକ ବନବାସୀ) ଙ୍କୁ ଜଙ୍ଗଲ ଜମିର ଅଧିକାର ପରିବର୍ତେ ବର୍ତମାନର ରାଜ୍ୟ ସରକାର ଓ ପୂର୍ବବର୍ତୀ ବେଜିଡି ସରକାର ଯେଉଁଭଳି ଭାବରେ କର୍ପୋରେଟ୍ ପାଇଁ ସାଧାରଣ ଲୋକଙ୍କର ଜୀବନ ଜୀବିକା ଉପରେ ପ୍ରହାର କରିଛନ୍ତି ତାହାର ନଗ୍ନ ଉଦାହରଣ । ଢିଙ୍କିଆ ଚାରିଦେଶ ଏକ ଶାନ୍ତି ପ୍ରିୟ ଅଂଚଳ ହୋଇଥିବା ବେଳେ ଗୋଟିଏ ମାମଲା ଥାନାକୁ ଯାଇନଥିବା ବେଳେ ତିନି ପଂଚାୟତରେ ହଜାର ହଜାର ସାଧାରଣ,ଗରିବ, ଖଟିଖିଆ ମେହେନତି ମଣିଷଙ୍କ ନାମରେ ମିଥ୍ୟା ମକୋଦ୍ଦମା ରୁଜୁ କରାଯାଇଛି । ଏହି ଲୋକଙ୍କମାନଙ୍କର ଦୋଷ ହେଉଛି ଏହା କି, ଏମାନେ ଜୀବନ ଯିବିକା ମାଟି ପ୍ରତି ସମ୍ବେଦନଶୀଳ ଓ ନିଜ ଭିଟା ମାଟିରୁ ଉଚ୍ଛେଦ ନହେବା ପାଇଁ ଲଢେଇ କରି ଆସୁଥିଲେ । ଏହି ଅଂଚଳର ଲୋକମାନେ ସାଧାରଣତଃ ପାନ,ଧାନ ଓ ମୀନ ଉପରେ ତାଙ୍କର ଜୀବନ,ଜୀବିକା ଓ ବେଉଷା ନିର୍ଭରଶୀଳ, ସୁ ଉଚ୍ଚ ବାଲି ଟିକିରା ଓ ଝାଉଁ ଜଙ୍ଗଲ ଏହି ଅଂଚଳକୁ ୧୯୯୯ ମସିହା ମହାବାତ୍ୟାରେ ସୁରକ୍ଷା ଦେଇ ଆସିଅଛି ଓ ବଡ ବଡ ପ୍ରାକୃତିକ ବିପର୍ୟୋଦଦୟରୁ ଏହି ଅଂଚଳକୁ ରକ୍ଷା କରି ଆସୁଅଛି । ୨୦୦୫ ମସିହା ଠାରୁ ଅଦ୍ୟାବଧି ଏହି ମାଟିର ମଣିଷ ମାନେ ଏହି ଭିଟାମାଟିକୁ ରକ୍ଷା କରିବା ପାଇଁ ଅବିରତ ସଙ୍ଗ୍ରାମ କରି ଆସୁଛନ୍ତି । ଏଥିପାଇଁ ଚାରି ଚାରି ଜଣଙ୍କର ଜୀବନହାନି ଘଟିବା ସହ ହଜାର ହଜାର ଲୋକଙ୍କ ନାମରେ ମିଥ୍ୟା ମକୋଦ୍ଦମାରେ ଜଡିତ କରାଯାଇଛି । ଏଠି ସରକାର ନିଦାବିଷ୍ଣୁ ପାଲଟି ଜେ.ଏସ୍‌.ଡବ୍ଲ୍ୟୁ ପ୍ରେମରେ ଅନ୍ଧ ହୋଇ ଏହି ଶସ୍ୟ ଶ୍ୟାମଳା ଓ ଓଡିଶାର ଭୁସ୍ୱର୍ଗ କାଶ୍ମୀର ଅଂଚଳକୁ ବିନା ଗ୍ରାମସଭା ଓ ଲୋକଙ୍କର ବିନା ସହମତିରେ କମ୍ପାନୀକୁ ଟେକି ଦେବା ଅତ୍ୟନ୍ତ ନିନ୍ଦନୀୟ ଓ ଗଣତନ୍ତ୍ର ହତ୍ୟାର ନଗ୍ନ ଉଦାହରଣ । ସୁତରାଂ କଂଗ୍ରେସ ଦଳ ନିମ୍ନଲିଖିତ ଦାବୀ ସମୂହକୁ ଅବିଳମ୍ବେ କାର୍ୟ୍ୟ୍ନତ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନକୁ ଦାବି କରୁଅଛି ନଚେତ୍ କଂଗ୍ରେସ ଦଳ ଓ ସାଧାରଣ ଜନତା ଶାନ୍ତି ପୁର୍ଣ୍ଣ ଭାବରେ ଜେ.ଏସ୍‌.ଡବ୍ଲ୍ୟୁ ର ମୁଖ୍ୟ ଫାଟକ ଆଗରେ ଅନିର୍ଦ୍ଧିଷ୍ଠ କାଳ ପାଇଁ ଧାରଣା ଦେବେ । ଏଥିପାଇଁ ସରକାର ଏବଂ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ।
ଦାବୀ ସମୂହ ଗୁଡିକ ହେଲା –
୧. ଜଙ୍ଗଲ ଅଧିକାର ଆଇନ୍ ୨୦୦୬ ଅନୁଯାୟୀ ଗ୍ରାମସଭାକୁ ପ୍ରାଧାନ୍ୟ ଦେବା ସହିତ ଏହି ଅଂଚଳର ଲୋକଙ୍କ ମତକୁ ଆଇନତଃ ସ୍ୱିକାର କରି ଜେ.ଏସ୍‌. ଡବ୍ଲ୍ୟୁ କାରଖାନା ପାଇଁ ଜମି ଅଧିଗ୍ରହଣ କରିବାର ପ୍ରୟାସରୁ ତୁରନ୍ତ ନିବୃତ ରହି ଜଙ୍ଗଲ ଅଧିକାର ଆଇନ୍ କୁ କାର୍ୟ୍ୟହହ କାରୀ କରି ବର୍ଦ୍ଧମାନ ଅମଳରୁ ଜଙ୍ଗଲ ଜମିରେ ଚାଷ ଓ ବସବାସ କରିଆସୁଥିବା ଅଧିବାସୀ ଓ ପାରମ୍ପରିକ ବନବାସୀଙ୍କୁ ତୁରନ୍ତ ନିସର୍ତରେ ଜଙ୍ଗଲ ଜମିର ଅଧିକାର ପ୍ରଦାନ କରାଯାଉ ।
୨. ୧୯୯୯ ମହାବାତ୍ୟାରୁ ଏ ତିନି ପଂଚାୟତ ଓ ପାଖାପାଖି ଚାରି ପଂଚାୟତକୁ ରକ୍ଷା କରି ଆସୁଥିବା ସୂଉଚ୍ଚ ବାଲୁକା ସ୍ତୁପ ଓ ଘଂଚ ଝାଉଁ ଜଙ୍ଗଲକୁ ବେଆଇନ୍ ଭାବରେ ଲକ୍ଷ ଲକ୍ଷ ଗଛ କଟାଯାଉଛି ଓ ବାଲୁକା ସ୍ତୁପ କୁ ତାଡି ଅନ୍ୟତ୍ର ବିକ୍ରି କରାଯାଉଛି ତାହା ବିରୁଦ୍ଧରେ ତ୍ୱରିତ୍ୱ ପଦକ୍ଷେପ ନେଇ ଏହାକୁ ବନ୍ଦ କରାଯିବା ସହ ପୁନଃ ବୃକ୍ଷରୋପଣ କରାଯିବା ନିମନ୍ତେ ପଦକ୍ଷେପ ନିଆଯିବାକୁ ଦାବି କରୁଅଛୁ ।
୩. ୧୯୭୨ ଜଙ୍ଗଲ ସଂରକ୍ଷଣ ଓ ବନ୍ୟ ପ୍ରାଣୀ ଆଇନ୍ ଅନୁଯାୟୀ ହଜାର ହଜାର ବାରହ୍‌ା ,ମିରିଗ,ଠେକୁଆ, ହରିଣ, ସାପ, ବିଲୁଆ ଆଦି ବନ୍ୟ ଜନ୍ତୁଙ୍କୁ କମ୍ପାନୀ ଉଦ୍ଦେଶ୍ୟରେ ଜଙ୍ଗଲ କଟାଯାଇ ବନ୍ୟଜନ୍ତୁଙ୍କୁ ମାରି ଦିଆଯାଉଛି ତାହା ବନ୍ୟପ୍ରାଣୀ ଆଇନ୍‌ର ଜେ.ଏସ୍‌.ଡବ୍ଲ୍ୟୁ ଦ୍ୱାରା ଖୁଲମ ଖୁଲା ଉଲଂଘନ କରାଯିବା ଘଟଣା ଓ ତତ୍‌ସହିତ ନୂଆଗାଁ ଫରେଷ୍ ବିଟ୍ , ରେଞ୍ଜର କୁଜଙ୍ଗ ଓ ଡିଏଫ୍‌ଓ ରାଜନଗରଙ୍କ ବିରୁଦ୍ଧରେ ସୂଚନା ଅଧିକାର ଆଇନ୍ ଅନୁଯାୟୀ ଭୁଲ୍‌ଭାଲ ମନ୍ତବ୍ୟ ଦେଉଥିବା ଅଧିକାରୀ ମାନଙ୍କ ବିରୁଦ୍ଧରେ ବନ ବିଭାଗ ଦ୍ୱାରା ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ତଦନ୍ତ ପରିସରଭୁକ୍ତକୁ ଅଣାଯାଉ ।
୪. ଉଜତ ଆଇନ୍ କୁ ଉଲଂଘନ କରି ହଜାର ହଜାର ବାଲୁକାସ୍ତୁପ ତାଡି ବିକ୍ରି କରୁଥିବା ଠିକାଦାର ଓ ଏହା ଜେ.ଏସ୍‌.ଡବ୍ଳ୍ୟୁ ପାଚେରୀ ଭିତରେ ଅନ୍ଧାଧୁନିଆ ଭାବରେ କାର୍ୟ୍ୟରରକକାରୀ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯାଉ ।
୫. ଏହି ଅଂଚଳରେ ପୂର୍ବରୁ ଶହ ଶହ ଶିଳ୍ପାନୁଷ୍ଠାନ ଗଢି ଉଠିଛି । ବର୍ତମାନ ଜେ.ଏସ୍‌.ଡବ୍ଳ୍ୟୁ ବେଆଇନ୍ ଭାବରେ ପରିବେଶ ମଞ୍ଜୁରି ନଥାଇ ଏଠି ସିମେଟଂ ପ୍ଲାଟଂ, ପାୱାର ପ୍ଲାଟଂ, ଷ୍ଟିଲ ପ୍ଲାଟଂ ଓ ଅନିତୀ ଦୁରରେ ପାରାଦ୍ୱିପ ବନ୍ଦର ଥାଉଁ ଥାଉଁ ଜେଟି ନାମରେ ସମୁଦ୍ର କୂଳେ କୂଳେ ଆଉ ଏକ ବନ୍ଦର ନିର୍ମାଣ କାର୍ୟ୍ୟ କରିବା ଅତ୍ୟନ୍ତ ଲଜ୍ଜ୍ୟାଜନକ ବିଷୟ ଓ ପାରାଦ୍ୱୀପ ବନ୍ଦର ପ୍ରତି କ୍ଷତି ଘଟିବାଙ୍କୁ ପୂର୍ବ ଜାହାଜ ଚଳାଚଳ ମନ୍ତ୍ରୀ ଞଜ ବାଲୁଙ୍କ ମନ୍ତବ୍ୟଙ୍କୁ ଦୃଷ୍ଟିରେ ରଖି ଏହି ଜେଟି(ବନ୍ଦର) ନିର୍ମାଣ କାର୍ୟ୍ୟି କୁ ତୁରନ୍ତ ବନ୍ଦ କରାଯାଉ ।
୬. ମିନାଗୁପ୍ତା କମିଟି, ସାକ୍ ସେନା କମିଟି ଓ ପି ସାଇନାଥଙ୍କ ରିପୋର୍ଟ ଭିତିରେ ଏହି ଅଂଚଳରେ ଜଙ୍ଗଲ ଜମିରେ ଚାଷ, ବସବାସ, ଜୀବନ ଜୀବିକା ନିର୍ବାହ କରୁଥିବା ଅଂଚଳବାସୀଙ୍କୁ ତୁରନ୍ତ ଅଧିକାର ପ୍ରଦାନ କରାଯିବା ପାଇଁ ସାମ୍ବାଦିକ ସମ୍ମିଳନୀ ସ୍ୱତନ୍ତ୍ର ଭାବରେ ଦାବୀ କରୁଅଛୁ ।
୭. ଜଟାଧାର ମୁହାଣ ଉପରେ ନିର୍ଭରକରି କାଳିଆପାଟ,ଗଣ୍ଡିପୁର,ମଙ୍ଗରାଜପୁର,ଢିଙ୍କିଆ,ନୂଆଗାଁ,ଗଡକୁଜଙ୍ଗ,ନୋଳିଆସାହି, ବାଲିତୁଠ, ଚଟୁଆ,ବଳେଇପୁର,ଖୁରାଂଟ ଆଦି ଅଂଚଳରୁ ନିର୍ଭର କରି ପେଟ ପୋଶି ଆସୁଥିଲେ ବର୍ତମାନ ଜେ.ଏସ୍‌.ଡବ୍ଲ୍ୟୁ ଜେଟି ପାଇଁ ଡ୍ରେଜିଂ ହେବା ଦ୍ୱାରା ଏହି ସବୁ ମସ୍‌ô୍ୟଜୀବି ହାତବାନ୍ଧି ଘରେ ବସିଛନ୍ତି ତତ୍ ସହିତ ନୋଳିଆସାହି ଆଦି ମତ୍ସ୍ୟଜିବୀ ଅଂଚଳକୁ ଉତ୍‌ଖାତ କରିବା ପ୍ରୟାସ କୁ ତୁରନ୍ତ ବନ୍ଦ କରାଯିବା ସହିତ ଜଟାଧାର ମୁହାଣରୁ ଡ୍ରେଜିଂ ବନ୍ଦ କରାଯାଉ ।
୮. ପୋସ୍କ କାରଖାନା ଓ ବର୍ତମାନ ଜେ.ଏସ୍‌.ଡବ୍ଲ୍ୟୁ କାରଖାନା ପାଇଁ ଯେଉଁ ଜୀବନ ଜୀବିକା ବିନା ସହମ୍ମତିରେ ନଷ୍ଟ କରାଯାଇଛି ତାହାର ପର୍ୟ୍ୟା ପ୍ତ କ୍ଷତିପୂରଣ ପ୍ରଦାନ କରାଯିବା ସହିତ ପୁନଃ ଚାଷ ଓ ବସବାସ ନିମନ୍ତେ ଅନୁମତି ପ୍ରଦାନ କରାଯିବା ପାଇଁ ଦାବି କରୁଅଛୁ ।
ଏହି ସବୁ ଦାବୀକୁ ତୁରନ୍ତ କାର୍ୟ୍ୟ କାରୀ କରାନଗଲେ କଂଗ୍ରେସ ଦଳ ଓ ହଜାର ହଜାର ସାଧାରଣ ଜନତା ଅନିର୍ଦ୍ଧିଷ୍ଟ କାଳ ପାଇଁ ଶାନ୍ତିପୁର୍ଣ୍ଣ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ସମ୍ମିଳନୀ ରେ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ପ୍ରକାଶ କରିବାସହ ଏଥିପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନି ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking