ଭୁବନେଶ୍ୱର : ଆଜି କଂଗ୍ରେସ ଭବନଠାରେ ପିସିସି ସଭପତି ଭକ୍ତ ଚରଣ ଦାସ ଜଗତସିଂହପୁରରେ ତଥା ରାଜ୍ୟର ଅନେକ ସ୍ଥାନରେ ଶିଳ୍ପ ସଂସ୍ଥା ମାନଙ୍କ ଦ୍ୱାରା ନିରୀହ ଜନ ସାଧାରଣ ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଓ ଏଥିପ୍ରତି ସରକାରଙ୍କ ଆଶ୍ଚର୍ଯ୍ୟଜନକ ଉଦାସସୀନତାକୁ ନେଇ କଠୋର ସମାଲୋଚନା କରିଥିଲେ । ଉପସ୍ଥିତ ଗଣମାଧ୍ୟମଙ୍କୁ ନିଜ ବିବୃତି ଦେଇ କହିଥିଲେ ଯେ, ବର୍ତମାନ ସରକାରଙ୍କ ମନମୁଖୀ ଶିଳ୍ପନୀତି ପାଇଁ ବିଭିନ୍ନ ଶିଳ୍ପସଂସ୍ଥା ଆଜି ଓଡିଶାର ବିଭିନ୍ନ ସ୍ଥାନରେ ଥିବା ଖଣି ଖାଦାନ ଉପରେ ଲୋଲୁପଦୃଷ୍ଟି ଦେଇ ଲୁଟିବା ଆରମ୍ଭ କରି ଦେଇଛନ୍ତି । ଲୋକେ ଯେଉଁଠାରେ ଶହ ଶହ ବର୍ଷରୁ ଉର୍ଦ୍ଦ ସମୟ ଧରି ବସବାସ କରି ଆସୁଛନ୍ତି , ସେମାନଙ୍କୁ ସରକାର ଜମିପଟ୍ଟା ଦେବା ପରିବର୍ତେ ଶିଳ୍ପସଂସ୍ଥା ମାନଙ୍କ ପାଇଁ ବିସ୍ତାପତି କରିବାରେ ଲାଗିପଡିଛି । କଂଗ୍ରେସ ଦଳ ବିଗତ ଦିନମାନଙ୍କରେ ମଧ୍ୟ ଶିଳ୍ପପାଇଁ ବାସହରା ହୋଇଥିବା ଲୋକଙ୍କ ପାଇଁ ଆନ୍ଦୋଳନ ଓ ପଦଯାତ୍ରା ମଧ୍ୟ କରିଛି । କଳିଙ୍ଗନଗର,ଛେଣ୍ଡିପଦା, ତାଳଚେର , ମୟୁରଭଞ୍ଜ, ରାଇରଂଗପୁର ଭଳି ଅନେକ ସ୍ଥାନରେ ଏହି ସମସ୍ୟା ଦେଖାଦେଇଛି । ରାଜ୍ୟରେ ୩୪ ଟି କୋଇଲାଖଣିରୁ ଖନନ ପାଇଁ ସରକାର ମଞ୍ଜୁରି ପ୍ରଦାନ କରିଥିବା ବେଳେ ସେଥିରୁ ପ୍ରାୟ ୪ଟିରେ କାମ ଆରମ୍ଭ ହୋଇଥିଲେ ସୁଦ୍ଧା ଏହି ଅଚଂଳରେ ଏହି ବିସ୍ଥାପନ ସମସ୍ୟା ଦେଖାଯାଇଛି ସରକାର ତତ୍ପରତା ପ୍ରକାଶ କରି ବିସ୍ଥାପିତ ମାନଙ୍କୁ ଯେଉଁଭଳି ଭାବରେ ସାହାଯ୍ୟ କରିବା କଥା ତାହା କଲେ ନାହିଁ । ତେଣୁ କଂଗ୍ରେସ ଦଳ ତରଫରୁ ତା.୨୬-୦୪-୨୦୨୬ ରିଖ ଦିନ ଜଗତସିଂହପୁର ଜିଲ୍ଲା ଢିଙ୍କିଆରୁ ଆଠଦିନ ପାଇଁ ପସ୍କୋ ଅଚଂଳର ଲୋକମାନଙ୍କ ସହିତ ଏକ ବିରାଟ ପଦଯାତ୍ରାରେ ଭୂବନେଶ୍ୱର ଆସି ଲୋୟର ପିଏମଜିରେ ଏକ ବିଶାଳ ସମାବେଶ କରିବ। ଏହି କାର୍ଯ୍ୟର୍କମରେ ସମସ୍ତ ଜିଲ୍ଲାରୁ କଂଗ୍ରେସ ଦଳର ନେତୃବୃନ୍ଦ ଓ ପ୍ରଦେଶ କଂଗ୍ରେସର ସମସ୍ତ ବରିଷ୍ଠ ନେତୃବୃନ୍ଦ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏଥି ମଧ୍ୟରୁ ଏକ ଦଳ ରାଜ୍ୟପାଳ ଭବନ ଯାଇ ମହାମହିମ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକପତ୍ର ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।
ସିଜିମାଳି ପ୍ରସଙ୍ଗରେ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦାସ କହିଲେ ଯେ, ମୋ ନାମକୁ ନେଇ ଅନେକ ପ୍ରଶ୍ନ ଉଠୁଛି, କିନ୍ତୁ ଭକ୍ତ ଦାସ କାହିଁକି ? ଅନ୍ୟମାନେ କାହିଁକି ଯାଉ ନାହାନ୍ତି ? ଏହା ପ୍ରଶ୍ନହେବା ଉଚିତ l ନୀୟମଗିରି ଆନ୍ଦୋଳନର ନେତୃତ୍ୱନେଇ ମୋ ଜୀବନର ଦୀର୍ଘ ୫ ବର୍ଷ ବଣ ଜଂଗଲରେ ରହି ଡଙ୍ଗରିଆ ଆଦିବାସୀଙ୍କ ସହ କଟାଇଛି । ଘୋର ସଂର୍ଘଷ କରିଛି, ଫଳରେ ଆଜି ନୀୟମଗିରି ବଚିଂଯାଇଛି । ନୀୟମଗିରିରେ ସଂର୍ଘଷ ଜରୁରୀ ଥିଲା କାରଣ ସେଠାରେ ପାଖାପାଖି ୨୦୦୦ ରୁ ଊର୍ଦ୍ଦ ଡଙ୍ଗରିଆ ଆଦିବାସୀ ବସବାସ କରନ୍ତି । ମନେରଖନ୍ତୁ , ଏମାନେ ହେଉଛନ୍ତି ଲୁପ୍ତପ୍ରାୟ ଆଦିମ ଜନଜାତି । ଏମାନଙ୍କ ସୁରକ୍ଷା ନିହାତି ଆବଶ୍ୟକ ଥିଲା । ସିଜିମାଳି ପ୍ରସଙ୍ଗ ଭିନ୍ନ ଅଛି ଏଠାରେ ନ୍ୟାୟଯୁକ୍ତ ବିସ୍ଥାପନ ଓ ପ୍ରଶାସନର ହିଂସକ ଦମନ ହେଉଛି ପ୍ରସଂଙ୍ଗ l ସେଠାକାର ଜନତା ମତେ ଆହ୍ୱାନ କଲେ ମୁଁ ନିଶ୍ଚୟ ଯିବି ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବି । ସେଠାକାର କଂଗ୍ରେସ ସାଂସଦଙ୍କ ସହ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ଏକ ବିଶିିଷ୍ଠଦଳ ଶିଜିମାଳି ଯାଇ ଲୋକଙ୍କ ସମସ୍ୟା ବିଷୟରେ ବୁଝିଥିଲେ ଓ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା ମଧ୍ୟ କରିଥିଲେ । ଏହା କୈାଣସି ଏନ୍ ଜି ଓ ନୁହଁ, ଆମେ ଏକ ରାଜନୈତିକଦଳ ଚଳାଉଛୁ ପରିସ୍ଥିତି ଦେଖି ପଦକ୍ଷେପ ନିଆଯାଉଛି । ତେବେ ଭକ୍ତ ଦାସଙ୍କ ନାମକୁ ନେଇ କେଉଁମାନେ ଏବଂ କେଉଁ ଉଦ୍ଦେଶ୍ୟରେ ଉଷୁକାଇବାର କାମ କରୁଛନ୍ତି ତାହା ବିଚାର କରିବା କଥା । ତେବେ କଂଗ୍ରେସ ଦଳ ସବୁବେଳେ ସମସ୍ତ ଆଦିବାସୀ ଓ ଦଳିତ ସଂପ୍ରଦାୟଙ୍କ ନ୍ୟାୟ ପାଇଁ ଲଢେଇ ଜାରିରଖିବ ବୋଲି ପିସିସି ସଭାପତି ଶ୍ରୀ ଦାଶ ନିଜ ବିବୃତିରେ କହିଛନ୍ତି ।










