ଗଞ୍ଜାମ: ଗୋପାଳପୁର ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ । ହତ୍ୟା ଘଟଣା ପଛରେ ପରିବାର ଲୋକଙ୍କ ସମ୍ପୃକ୍ତି ରହିଛି । ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି କହିଲେ ବ୍ରହ୍ମପୁର ଏସପି ଶୁଭେନ୍ଦୁ ପାତ୍ର । ଝିଆରୀ ନିବେଦିତା ପାତ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଲେ ଏସପି । ନିବେଦିତା ପାତ୍ରଙ୍କ ବୟଫ୍ରେଣ୍ଡ କାଳୁ ପ୍ରଧାନ ମିଶି ଷଡଯନ୍ତ୍ର କରିଥିଲେ । ନିବେଦିତାଙ୍କ ଭାଇ ତୁଷାର ପାତ୍ର ମଧ୍ୟ ଷଡଯନ୍ତ୍ରରେ ସାମିଲ ଥିଲେ । ଅନ୍ୟ ଅଭିଯୁକ୍ତମାନେ ହେଲେ ଜିତୁନ ପଲାଇ, ନାରାୟଣ ପ୍ରଧାନ, ଆଶିଷ ମହାପାତ୍ର, ଶୁଭମ ନାୟକ, ଶୁଭମ ଗୌଡ , ସୂର୍ଯ୍ୟ ପ୍ରତାପ ସିଂ । ଅପହରଣ କରି ପିଟି ପିଟି ମାରିବା ପରେ ଫିଙ୍ଗି ଦେଇଥିଲେ । ଏହି ଘଟଣା ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ତଦନ୍ତ ଜାରି ରହିଛି । ସୂଚନା ଥାଉକି, ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଅପହରଣ ପରେ ହତ୍ୟା । ସୁଧୀର ଓ ତାଙ୍କ ନିଜ ପୁତୁରା ଓ ଝିଆରୀଙ୍କ ମଧ୍ୟରେ ଘରର ସମ୍ପତ୍ତି ନେଇ ବିବାଦ ଲାଗି ରହିଥିଲା । ପୁତୁରା ଓ ଝିଆରୀ ମିଶି କିଛି ସୁପାରୀ କିଲରଙ୍କ ଜରିଆରେ ଏଭଳି କାଣ୍ଡ ଘଟାଇଛନ୍ତି ।
ଚଳିତ ମାସ ୧୫ ତାରିଖ ସନ୍ଧ୍ୟାରେ ସୁଧୀର ଭଲିବଲ ଖେଳି ଘରକୁ ଫେରୁଥିବା ବେଳେ ସୁଧୀରଙ୍କୁ ଅପହରଣ କରାଯାଇଥିଲା । ପରେ ସୁଧୀରଙ୍କ ସ୍ତ୍ରୀକୁ ଫୋନ୍ରେ ଭିଡିଓ କଲ୍ ଦ୍ୱାରା ସୁଧୀରଙ୍କୁ ଅପହରଣ ହୋଇଛି ଛାଡିବା ପାଇଁ ୨ କୋଟି ମଗାଯାଇଥିଲା । ଏପରିକି ସୁଧୀରଙ୍କୁ କିପରି ପିଟା ଯାଉଛି, ମୁଣ୍ଡରେ ବନ୍ଧୁକ ରଖାଯିବା ସହ ବ୍ଲାଙ୍କ୍ ଫାୟାରିଂ ମଧ୍ୟ କରିବାର ଭିଡିଓ ସ୍ତ୍ରୀଙ୍କୁ ପଠାଇଥିଲେ ।ତେବେ ବୁଧବାର ସୋରଡ଼ା ଜଙ୍ଗଲରୁ ଏକ ମୃତଦେହ ଉଦ୍ଧାର ହୋଇଥିଲା, ତାହା ସୁଧୀରଙ୍କର ବୋଲି ଚିହ୍ନଟ ହୋଇଥିଲା । ତେବେ ବ୍ରହ୍ମପୁର ପୋଲିସ ଏହି ଘଟଣାରେ ୭ଟି ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲେ ।ସୁଧୀର ଓ ସୁଧୀରଙ୍କ ଭାଇ ଉଭୟ ଜମି ବ୍ୟବସାୟୀ କରନ୍ତି । କିଛି ମାସ ପୂର୍ବରୁ ସୁଧୀରଙ୍କ ଭାଇଙ୍କର ଦେହାନ୍ତ ହୋଇଥିଲା । କୌଣସି ଏକ ଜମି କାରବାରକୁ ନେଇ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା ।










