ବଲାଙ୍ଗୀର: ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ। ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରା ଜଜ । ୨୦୨୨ରେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା କଂଦେଇ ଗାଁରେ ହୋଇଥିଲା ହତ୍ୟାକାଣ୍ଡ। ଅଭିଯୁକ୍ତ ଟିକଚନ୍ଦର ବଡ଼ ଭାଇ ଫୁଲପ୍ରସାଦ ବାଗ ଗାଁ ପାଖ ନଦୀକୁ ଶୌଚ ଯାଇଥିବା ସମୟରେ ଘରୋଇ କଳହକୁ ନେଇ ଯୁକ୍ତିତର୍କ ହୋଇଥିଲା। ଘଟଣା ପରେ ଟିକଚନ୍ଦ ରାଗି ଯାଇ ନିଜ ବଡ଼ ଭାଇ ଫୁଲପ୍ରସାଦକୁ ପଥରରେ ଛେଚି ହତ୍ୟା କରିଥିଲା। ହତ୍ୟା ପରେ ବଡ଼ ଭାଇକୁ ନଦୀରେ ଫୋପାଡ଼ି ଦେଇଥିଲା। ଘଟଣାରେ ତୁରେକେଲା ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରି ସମସ୍ତ ପ୍ରମାଣ କୋର୍ଟକୁ ଦେଇଥିଲା। ଏଥିରେ ୧୮ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଆଧାରଣରେ କୋର୍ଟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଆଜୀବନ କାରାଦଣ୍ଡ ସହ ୨୫ହଜାର ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ଅନାଦେୟ ହେଲେ ଆହୁରି ଏକ ବର୍ଷ ଜେଲ ତଣ୍ଡ ଭୋଗିବେ।










