ଭୁବନେଶ୍ଵର: ଜନଗଣନା ଅଧିକାରୀଙ୍କ ପାଇଁ ଏସ୍ଓପି। ପ୍ରଥମ ପର୍ଯ୍ୟାୟ ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗ ଏସ୍ଓପି ଜାରି କରିଛି। ଏ ନେଇ ସବୁ ଜିଲ୍ଲାପାଳ/ଏସ୍ପି/ ମ୍ୟୁନିସପାଲ୍ କମିଶନରଙ୍କୁ ଚିଠି ହୋଇଛି। ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଗଣନାକାରୀ/ପର୍ଯ୍ୟବେକ୍ଷକ ସର୍ବଦା ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ । ଫିଲ୍ଡରେ ସେମାନଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପାଖରେ ରଖିବାକୁ ପରାମର୍ଶ ଦିଆଯାଇଛି। ଯଦି କେହି ଧମକ ଚମକ ଦିଅନ୍ତି ତାହେଲେ E&S ହସ୍ତକ୍ଷେପ କରିବେ। ଦରକାର ପଡ଼ିଲେ ତୁରନ୍ତ ସ୍ଥାନ ଛାଡ଼ିବା ପରେ କର୍ମଚାରୀମାନେ ପୁଣି ସୁରକ୍ଷା ଭିତରେ ଯିବେ। E&S ର ନାମ ଏବଂ ଯୋଗାଯୋଗ ବିବରଣୀ କର୍ମଚାରୀମାନେ ସମ୍ପୃକ୍ତ ଥାନାକୁ ସୂଚିତ କରିବେ। ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଅଞ୍ଚଳରେ ଜଣେ ପୁଲିସ୍ କର୍ମଚାରୀ ମଧ୍ୟ ଯିବେ। ଅଧିକାରୀମାନେ ଜନଗଣନାକୁ ଯିବା ବେଳେ ସ୍ଥାନୀୟ ମୁରବୀମାନଙ୍କର ମଧ୍ୟ ସହଯୋଗ ନେଇପାରିବେ। ଯଦି କେହି ବାଧା ସୃଷ୍ଟି କରନ୍ତି , ତେବେ ୧୯୪୮ ଜନଗଣନା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବଂ ଦୋଷୀ ସାବ୍ୟସ୍ତ ହେଲେ ଜରିମାନା ଏପରିକି ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ।










