28.9 C
Bhubaneswar
Monday, June 22, 2026
Homeଓଡିଶାଯୁବତୀଙ୍କୁ ହତ୍ୟା ଘଟଣା : କ୍ରାଇମ୍‌ସିନ୍ ରିକ୍ରିଏସନ୍‌ କଲା ପୁଲିସ୍

ଯୁବତୀଙ୍କୁ ହତ୍ୟା ଘଟଣା : କ୍ରାଇମ୍‌ସିନ୍ ରିକ୍ରିଏସନ୍‌ କଲା ପୁଲିସ୍

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଠିଆପଡ଼ା ଗାଁରେ ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ପଡ଼ୋଶୀ ଝାଡ଼ଖଣ୍ଡର ଜାମସେଦପୁରରୁ ପୁଲିସ୍‌ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସ୍ବାଇଁକୁ କାବୁ କରିଛି। ଗିରଫ କରିବା ପରେ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି। ଘଟଣା ଅନୁସାରେ ଝିଅର ଗତ ତିନିଦିନ ତଳେ ନିର୍ବନ୍ଧ ହୋଇଥିଲା। ନିର୍ବନ୍ଧ ପରେ ଝିଅ ଘରକୁ ଫେରି ଗତକାଲି ରାତି ୮ ଟାରେ ପଡ଼ିଶା ଘରୁ ଆସୁଛି କହି ଫେରିନଥିଲା। ଘରଲୋକେ ଖୋଜାଖୋଜି କରି ଝିଅର ଫୋନ କୁ କଲ କରିବାରୁ ଝିଅର ମୋବାଇଲ ବନ୍ଦ ଥିଲା। ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ବନ୍ଧୁବାନ୍ଧବ ଙ୍କ ଘରକୁ ଜାଇ ଝିଅ ବିଷୟରେ ପଚାରି ବୁଝିଥିଲେ। ଝିଅକୁ ନପାଇ ପରିବାର ଲୋକେ ହତାଶ ହୋଇପଡ଼ିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ବିଲକୁ ମୁଗ ଉପାଡ଼ିବା ପାଇଁ ଯାଇଥିବା କିଛି ଲୋକେ ଗୋଟେ ଝିଅର ମୃତଦେହ ପଡ଼ିଥିବା ଦେଖି ଖବର ଦେଇଥିଲେ। ଝିଅର ପରିବାର ଲୋକେ ପହଞ୍ଚି ଝିଅକୁ ଚିହ୍ନଟ କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ କୁ ଜବତ କରିବା ସହିତ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଝିଅକୁ ମାରି ଦେଇଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ପୁଲିସ୍ ଜାମସେଦପୁରରୁ ଅଭିଯୁକ୍ତକୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking