ସମ୍ବଲପୁର : ସମ୍ବଲପୁର ବୁର୍ଲା ଭିସୁଟରେ ୨୫ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ପରେ ସଂପୂର୍ଣ୍ଣ ଅଞ୍ଚଳକୁ ଶଟ୍ଡାଉନ୍ ଘୋଷଣା କରାଯାଇଛି । ଏହା ସହ ଭିସୁଟ୍ର ପୁଲସ୍ତ୍ୟ, ମରିଚି, ପୁଲହ, ବସିଷ୍ଟ, ଅତ୍ରି, କତ୍ତୃ, ଅନୁରାଧା, ଅରୁନ୍ଧତୀ, ରୋହିନୀ ଓ ବିଶାଖା ହଷ୍ଟେଲ ଗୁଡିକୁ କଣ୍ଟେନ୍ମେଣ୍ଟ ଜୋନ୍ କରାଯାଇଛି । ଭିସୁଟ୍ର ପୁଲହ ହଷ୍ଟେଲକୁ ବଫରଜୋନ୍ ଭାବେ ଘୋଷଣା ହୋଇଛି । ଏହି ଅଞ୍ଚଳ ଦେଇ ସର୍ବସାଧାରଣ ଯାଇପାରିବେ ନାହିଁ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଅଞ୍ଚଳ ଶଟ୍ଡାଉନ୍ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସୂଚନାଥାଉ କି, ଶୁକ୍ରବାର ସମ୍ବଲପୁର ବୁର୍ଲା ଭିସୁଟ୍ର ୨୪ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ଶନିବାର ଆଉ ଜଣେ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏକା ସାଙ୍ଗରେ ଏତେ ସଂଖ୍ୟକ ଛାତ୍ର କରୋନା ସଂକ୍ରମିତ ହେବା ପରେ ଉପ ଜିଲ୍ଲାପାଳ ଓ ପିଡି ଡିଆର୍ଡିଏ ହଷ୍ଟେଲ୍କୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ।