26.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗବ୍ରିଟେନ ଫେରନ୍ତା ୪୩, ଆରଟି ପିସିଆର ଟେଷ୍ଟ କରାଇବାକୁ ନିର୍ଦ୍ଦେଶ

ବ୍ରିଟେନ ଫେରନ୍ତା ୪୩, ଆରଟି ପିସିଆର ଟେଷ୍ଟ କରାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ ପରେ ଏବେ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ମିଳିବା ପରେ ପୁଣି ଚିନ୍ତା ସହ ଭୟ ବଢିଛି । ଏନେଇ ରାଜ୍ୟରେ ମଧ୍ୟ ସରକାରଙ୍କ ଚିନ୍ତା ବଢିଲାଣି । ଏହି ପରିପ୍ରକ୍ଷୀରେ ଆଜି, ବ୍ରିଟେନରୁ ଆସିଥିବା ୪୩ ଜଣଙ୍କ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଗତ ୧୪ ଦିନ ମଧ୍ୟରେ ବ୍ରିଟେନରୁ ଯେଉଁ ଯାତ୍ରୀ ଫେରିଛନ୍ତି ସେମାନଙ୍କ ସଂପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ସବୁ ଜିଲ୍ଲାପାଳ ଏବଂ ସିଡିଏମଓମାନଙ୍କୁ ସେହି ତାଲିକା ଦେଇଛି ସ୍ୱାସ୍ଥ୍ୟ ଏସିଏସ । ଫେରିଥିବା ଲୋକଙ୍କ ଆରଟି ପିସିଆର ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂପୃକ୍ତ ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ, ସର୍ଭେଲାନ୍ସ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି । ଆରଟି ପିସିଆର ଟେଷ୍ଟ ସହ ସମସ୍ତ ଆଗନ୍ତୁକଙ୍କ ଜିନମ୍ ସିକ୍ୟୁଏନ୍ସିଂ ହେବ । ଜିନମ ସିକ୍ୟୁଏନ୍ସିଂ ନେଇ ସାମ୍ପଲ ସଂଗ୍ରହ ଗାଇଡଲାଇନ ବି ଜାରି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking