30.1 C
Bhubaneswar
Monday, May 20, 2024
Homeବ୍ରେକୀଙ୍ଗଆଗୁଆ ଜାମିନ ଆବେଦନ ପ୍ରତ୍ୟାହାର କଲେ ପଣ୍ଡା ଦମ୍ପତି

ଆଗୁଆ ଜାମିନ ଆବେଦନ ପ୍ରତ୍ୟାହାର କଲେ ପଣ୍ଡା ଦମ୍ପତି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସାରୁଅ ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ବିବାଦୀୟ ହୋଇପଡିଥିବା ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା ଏବଂ ଓଟିଭି ନିର୍ଦ୍ଦେଶିକା ଜଗୀମଙ୍ଗତ ପଣ୍ଡା ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଏବେ ସେ ତାଙ୍କ ଆବେଦନକୁ ପ୍ରତ୍ୟାହାର କରିନେଇଥିବା ଜଣାପଡିଛି । ପଣ୍ଡା ଦମ୍ପତିଙ୍କ ମାଲିକାନାରେ ଥିବା ଓଜିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ନାଁରେ ଖୋର୍ଦ୍ଧା ଜିଲ୍ଲାର ସାରୁଅ ଅଂଚଳରେ ବହୁ ଜମି କିଣାଯାଇଥିଲା । ଏଥିରେ କିଛି ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମିକୁ ଚଞ୍ଚକତା କରି ନିଆଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ସରକାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଂଚ ତଦନ୍ତ କରି ଇନଫ୍ରାଟେକର କିଛି କର୍ମଚାରୀଙ୍କୁ ଗିରଫ କରି ଜେଲ ପଠାଇଥିଲା । ଏହି ଘଟଣାରେ ପଣ୍ଡା ଦମ୍ପତିଙ୍କ ସଂପୃକ୍ତି କଥା ମଧ୍ୟ କ୍ରାଇମବ୍ରାଂଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀ କରି ଜଣାଇଥିଲେ । କର୍ମଚାରୀ ଗିରଫ ହୋଇଥିବାରୁ ପଣ୍ଡା ଦମ୍ପତିଙ୍କ ଗିରଫ ସମ୍ଭାବନା ବଢିଥିଲା । ଏଥିନେଇ ଉଭୟ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ ଏବେ ଉଭୟ ଆବେଦନକୁ ପ୍ରତ୍ୟାହାର କରିନେଇଛନ୍ତି । ଏହାପଛରେ କଣ ରହସ୍ୟ ତାହା ଜଣାପଡିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking