31.1 C
Bhubaneswar
Monday, May 6, 2024
Homeଅପରାଧପ୍ରେମିକାର ମୁଣ୍ଡକୁ କାନ୍ଥରେ ବାଡ଼େଇ ହତ୍ୟା କଲା ପ୍ରେମିକ....

ପ୍ରେମିକାର ମୁଣ୍ଡକୁ କାନ୍ଥରେ ବାଡ଼େଇ ହତ୍ୟା କଲା ପ୍ରେମିକ….

ବେଙ୍ଗାଲୁରୁ: ପୁଣି ଲିଭ୍‌-ଇନ୍ ପାର୍ଟନରଙ୍କୁ ହତ୍ୟା । ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲା ସମସ୍ତଙ୍କୁ ଚକିତ କରିଥିବା ବେଳେ କର୍ଣ୍ଣାଟକରେ ପୁଣି ଲିଭ୍‌-ଇନ୍ ପାର୍ଟନର ହତ୍ୟା ମାମଲା ସାମ୍ନାକୁ ଆସିଛି । ବେଙ୍ଗାଲୁରୁ ପୁଲିସ ପ୍ରେମିକାଙ୍କ ହତ୍ୟା ମାମଲାରେ ବୁଧବାର ଜଣେ ବ୍ୟକ୍ତିକୁ ଗିରଫ କରିଛି । ଏନେଇ ପୁଲିସ କହିଛି ଦୁଇ ଜଣଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା ଏହାପରେ ପ୍ରେମିକ ଜଣଙ୍କ ରାଗରେ ପ୍ରେମିକାଙ୍କୁ ଘର କାନ୍ଥରେ ମୁଣ୍ଡକୁ ବାଡ଼େଇଥିଲା । ଫଳରେ ପ୍ରେମିକାଙ୍କ ମୃତ୍ୟୁ ହୋଇଥିଲା । ଘଟଣା ବେଙ୍ଗାଲୁରୁ ହୋରାମାବୁ ଅଞ୍ଚଳରେ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି, ନେପାଳର କୃଷ୍ଣା କୁମାରୀ । ସେ ବିୟୁଟିସିଆନ ଭାବେ କାମ କରନ୍ତି । ଅଭିଯୁକ୍ତଙ୍କ ନାଁ ହେଉଛି ସନ୍ତୋଷ ଧାମୀ । ଦୁଇ ଜଣ କିଛି ବର୍ଷ ହେବ ଲିଭ୍‌-ଇନ୍‌ରେ ରହୁଥିଲେ । ଏନେଇ ପୂର୍ବ ଡିଭିଜନ ଡିସିପି ଭୀମାଶଙ୍କର ଏସ ଗୁଲେଡ଼ କହିଛନ୍ତି, ମହିଳା କୃଷ୍ଣା କୁମାରୀଙ୍କୁ ତାଙ୍କର ଲିଭି-ଇନ୍ ପାର୍ଟନର ସନ୍ତୋଷ ଧାମୀ ହତ୍ୟା କରିଛି । ପୁଲିସ ଅଭିଯୁକ୍ତକୁ ପଚରାଉଚାରା କରିବାରୁ ସେ କହିଛି ଯେ ଝଗଡ଼ା ପରେ ରାଗତେ ତାର ପ୍ରେମିକାଙ୍କ ମୁଣ୍ଡକୁ କାନ୍ଥରେ ବାଡ଼େଇ ଦେଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଘଟଣାର ତଦନ୍ତ ଚାଲିଥିବା ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking