30.1 C
Bhubaneswar
Monday, May 6, 2024
Homeଓଡିଶାଖଣି ଓ ଇସ୍ପାତ ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନରେୱ ରାଷ୍ଟ୍ରଦୂତଙ୍କ ସହ...

ଖଣି ଓ ଇସ୍ପାତ ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନରେୱ ରାଷ୍ଟ୍ରଦୂତଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦୁବାଇ, ମୁମ୍ବାଇ ଓ ବାଙ୍ଗାଲୋରଠାରେ ଆୟୋଜିତ ନିବେଶକ ସମ୍ମିଳନୀ ପରେ ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି ମେକ-୍‌ଇନ୍‌ ଓଡ଼ିଶା କନ୍‌କ୍ଲେଭର ତୃତୀୟ ସଂସ୍କରଣ । ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଦେଶ ବିଦେଶର ଅନେକ ପ୍ରତିଷ୍ଠିତ ଶିଳ୍ପପତି ତଥା ବିଶିଷ୍ଟ ଉଦ୍ୟୋଗପତିଙ୍କ ମଧ୍ୟରେ ନରେୱର ରାଷ୍ଟ୍ରଦୂତ ମଧ୍ୟ ସାମିଲ ଅଛନ୍ତି । ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ଯୋଗଦାନ କରିବାକୁ ଆସିଥିବା ଭାରତରେ ଅବସ୍ଥାପିତ ନରେୱର ରାଷ୍ଟ୍ରଦୂତ ମିଃ ହାନ୍‌ସ ଜାକୋବ ଆଜି ଓଡ଼ିଶା ଖଣି ନିଗମସ୍ଥିତ ବୋର୍ଡ ରୁମ୍‌ଠାରେ ଖଣି ଓ ଇସ୍ପାତ ଏବଂ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

ଉକ୍ତ ସାକ୍ଷାତ ଆଲୋଚନାଟି ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାରେ ଥିବା ପ୍ରାକୃତିକ ସମ୍ବଳର ସଦ୍‌ବିନିଯୋଗ ତଥା ‘ଗ୍ରୀନ୍‌-କରିଡର’ କ୍ଷେତ୍ରରେ ପୁଞ୍ଜିନିବେଶ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଉକ୍ତ ଆଲୋଚନା ସମୟରେ ଭାରତରେ ଅବସ୍ଥାପିତ ରୟାଲ ନରେୱ ଦୂତାବାସର ଦ୍ୱିତୀୟ ସଚିବ ମିଃ ଜୋହାନ ବେଜରକେମ୍‌ଙ୍କ ସହ ଭାରତ ଏବଂ ରୟାଲ ନରେୱର ବାଣିଜି୍ୟକ ପରାମର୍ଶଦାତା ମିଃ କି୍ରଷ୍ଟିଆନ୍‌ ରୋଡ୍ରିଗୋ ମଧ୍ୟ ଉପସ୍ଥିତ ଥିଲେ । ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ଶ୍ରୀ ଦେଓରଞ୍ଜନ ସିଂ ଉକ୍ତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ନରେୱ ରାଷ୍ଟ୍ରଦୂତଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ପୂର୍ବକ ଉତ୍ତରୀୟ ଉପଢୌକନ ଓ ତାରକସିର ଏକ କାରୁକାର୍ଯ୍ୟପୂର୍ଣ୍ଣ ଉତ୍କଳୀୟ ସ୍ମୃତିସନ୍ତକ ପ୍ରଦାନ
କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking