31.1 C
Bhubaneswar
Monday, May 6, 2024
Homeଅପରାଧପ୍ରେମିକାକୁ ବାହା ହେବାକୁ ଏଟିଏମ୍‌ରୁ ୨୦ଲକ୍ଷ ଲୁଟିନେଲା ସିକ୍ୟୁରିଟି ଗାର୍ଡ

ପ୍ରେମିକାକୁ ବାହା ହେବାକୁ ଏଟିଏମ୍‌ରୁ ୨୦ଲକ୍ଷ ଲୁଟିନେଲା ସିକ୍ୟୁରିଟି ଗାର୍ଡ

ବ୍ୟୁରୋ: ଯେବେ ରକ୍ଷକ ସାଜେ ଭକ୍ଷକ । ଯେଉଁ ଏଟିଏମର ସୁରକ୍ଷା ପାଇଁ ନିୟୋଜିତ ହୋଇଥିଲେ, ସେଠାରୁ ହିଁ ଲକ୍ଷ ଲକ୍ଷ ଉଡ଼ାଇ ଦେଇ ଯାଇଛନ୍ତି ସିକ୍ୟୁରିଟି ଗାର୍ଡ । କର୍ଣ୍ଣାଟକର ବେଙ୍ଗାଲୁରୁରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏଠାରେ ଥିବା ଏକ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ ମେସିନରୁ ୨୦ ଲକ୍ଷ ଟଙ୍କା ଚୋରି କରିଛନ୍ତି ୨୩ ବର୍ଷୀୟ ସିକ୍ୟୁରିଟି ଗାର୍ଡ । ତେବେ ପ୍ରେମିକାକୁ ବିବାହ କରିବା ପାଇଁ ପାଖରେ ଟଙ୍କା ନଥିବାରୁ ଏପରି କାଣ୍ଡ କରିଥିବା ସେ କହିଛନ୍ତି । ଟଙ୍କା ନେଇ ସିକ୍ୟୁରିଟି ଗାର୍ଡ ଗାଏବ୍ ହୋଇଯିବା ପରେ ସେ ସନ୍ଦେହ ଘେରକୁ ଆସିଥିଲେ । ଏବେ ତାଙ୍କୁ ଗିରଫ କରିବା ପରେ ଅସଲ କଥା ବାହାରକୁ ଆସିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଦୀପଙ୍କର ନୋମୋସୁଦ୍ରା । ଘର ଆସାମରେ । ମାସ ତଳେ ସେ ୱିଲସନ ଗାର୍ଡେନର ୧୩ତମ କ୍ରସ ନିକଟ ଏଟିଏମରେ ସିକ୍ୟୁରିଟି ଗାର୍ଡ ଭାବେ କାମ ଆରମ୍ଭ କରିଥିଲେ । ବିବାହ ମୁଣ୍ଡ ଉପରେ ଥିବାବେଳେ ଏଟିଏମ୍ ଲୁଟିବା ପାଇଁ ଯୋଜନା କରିଥିଲେ । ଆଉ ଏଥିପାଇଁ ବ୍ୟାଙ୍କ କର୍ମଚାରୀମାନେ ଏଟିଏମରେ ଟଙ୍କା ଲୋଡ କରିବାକୁ ଆସୁଥିବା ବେଳେ ତାଙ୍କ ଉପରେ ଭଲରେ ନଜର ରଖୁଥିଲେ । ଆଉ କିଛି ଦିନ ଭିତରେ ତାଙ୍କର ଜଣେ କର୍ମଚାରୀଙ୍କ ସହ ବନ୍ଧୁତା ହୋଇ ଯାଇଥିଲା । ଆଉ କୌଶଳ କ୍ରମେ କର୍ମଚାରୀଙ୍କ ଅଜାଣତରେ ସେ ଏଟିଏମ ଟଙ୍କା ବାହାର କରିବା ଓ ଭର୍ତ୍ତି କରିବାର ପାସୱାର୍ଡ ହାତେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking