30.1 C
Bhubaneswar
Friday, April 26, 2024
Homeଅପରାଧବିଚ୍ ରାସ୍ତାରେ ପ୍ରେମିକାର ଭାଇକୁ ହାଣିଲା ପ୍ରେମିକ

ବିଚ୍ ରାସ୍ତାରେ ପ୍ରେମିକାର ଭାଇକୁ ହାଣିଲା ପ୍ରେମିକ

ଭଦ୍ରକ: ବିଚ୍ ରାସ୍ତାରେ ପ୍ରେମିକାର ଭାଇକୁ ହାଣିଲା ପ୍ରେମିକ । ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ଜନଗହଳି ପୂର୍ଣ୍ଣ ପାଳସାହି ବଜାରରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଦେବାଶିଷ ପ୍ରଧାନ । ନନ୍ଦ କିଶୋର ଜେନା ନାମକ ଜଣେ ଯୁବକ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି । ସୂଚନା ଅନୁଯାୟୀ, ଦେବାଶିଷଙ୍କ ଭଉଣୀଙ୍କୁ ଶାଆଁଳପୁର ଅଞ୍ଚଳର ନନ୍ଦ କିଶୋର ଭଲ ପାଉଥିଲେ । ହେଲେ ଦେବାଶିଷ ଏହାକୁ ବିରୋଧ କରୁଥିଲେ ବୋଲି ଜଣାପଡ଼ିଛି । ଏହି ଘଟଣାକୁ କେନ୍ଦ୍ର କରି ଗତକାଲି ସନ୍ଧ୍ୟାରେ ପୂର୍ବ ଯୋଜନା ମୁତାବକ ପାଳସାହି ବଜାରରେ ନନ୍ଦ କିଶୋର, ଦେବାଶିଷଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ଦେବାଶିଷଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଧୁଷୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତତନ୍ତ ଆରମ୍ଭ କରିଥିବା ବେଳେ ନନ୍ଦ କିଶୋରଙ୍କୁ ଅଟକ ରଖି ପଚରାଉଚରା କରୁଛି । ସୂଚନାଯୋଗ୍ୟ, ନନ୍ଦକିଶୋର ସମ୍ପୃକ୍ତ ଯୁବତୀଙ୍କୁ ନେଇ ବେଙ୍ଗାଲୁରୁକୁ ପଳାଇ ଥିଲେ । ପରିବାର ଲୋକ ଧୁଷୁରୀ ଥାନାରେ ଅଭିଯୋଗ ପରେ ନାବାଳିକାକୁ ପୋଲିସ ଉଦ୍ଧାର କରିଥିଲା । ଏନେଇ ମୃତ ଦେବାଶିଷ ଓ ନନ୍ଦକିଶୋରଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking