31.1 C
Bhubaneswar
Tuesday, April 23, 2024
Homeଅପରାଧସ୍ତ୍ରୀ ଓ ନାବାଳିକା ଝିଅକୁ ହତ୍ୟା କଲା ସ୍ୱାମୀ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ସ୍ତ୍ରୀ ଓ ନାବାଳିକା ଝିଅକୁ ହତ୍ୟା କଲା ସ୍ୱାମୀ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ଗାଜିଆବାଦ: ସାମାନ୍ୟ ପାଣିକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡା । ଆଉ ଏଥିରେ ଉତ୍‌କ୍ଷିପ୍ତ ହୋଇ ବ୍ୟକ୍ତି ଜଣକ ପତ୍ନୀ ଏବଂ ନାବାଳିକା ଝିଅକୁ ଶୋଇବା ସମୟରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି । ଗାଜିଆବାଦରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସହରରୁ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ଅଭିଯୁକ୍ତ ସଞ୍ଜୟ ପାଲଙ୍କୁ ପୁରୁଣା ବସ୍ ଷ୍ଟାଣ୍ଡରୁ ଗିରଫ କରାଯାଇଥିଲା । ପାଲ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଖରାପ ଥିବା ପୋଲିସ କହିଛି । ସଞ୍ଜୟ ତାଙ୍କ ପୁଅ କୁନାଲ ସହ ତଳ ମହଲାରେ ରହୁଥିବା ବେଳେ ପତ୍ନୀ ଓ ଝିଅ ଉପର ମହଲାରେ ରହୁଥିଲେ । ଏକ ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ଗାଜିଆବାଦର ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଗତ ଚାରିମାସ ଧରି ସ୍ୱାମୀ-ସ୍ତ୍ରୀ ଅଲଗା ରହୁଥିଲେ । ରାତିରେ ସଞ୍ଜୟ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

କାରଣ ସେ ଉପର ମହଲାରେ ଥିବା ଟାଙ୍କିରୁ ଜଳ ଯୋଗାଣ ବନ୍ଦ କରି ଦେଇଥିଲେ । ସେ ତାଙ୍କ ପତ୍ନୀଙ୍କ କୋଠରୀକୁ ଯାଇ ତାଙ୍କୁ ଚାପୁଡ଼ା ମାରିଥିଲେ। କିନ୍ତୁ ତା’ପରେ ସେ ତଳ ମହଲାକୁ ଫେରି ଶୋଇଥିଲେ । ରାତି ପ୍ରାୟ ୩ ଟା ସମୟରେ ସ୍ୱାମୀ-ସ୍ତ୍ରୀ ର କୋଠରୀକୁ ପୁଣି ଯାଇଥିଲେ ଆଉ ନିକଟରେ ପଡ଼ିଥିବା ଏକ ଧାରୁଆ ଅସ୍ତ୍ର ଉଠାଇ ଉଭୟ ପତ୍ନୀ ଏବଂ ଝିଅକୁ ଆକ୍ରମଣ କରିଥିଲେ । ଏଥିରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ସକାଳୁ ଏହି ହତ୍ୟାକାଣ୍ଡ ବିଷୟରେ ଜଣାପଡିଥିଲା । ଅପରାଧରୁ ନିଜକୁ ଖସାଇବା ପାଇଁ ଫେରାର ହେବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ ସ୍ୱାମୀ । କିନ୍ତୁ ସେ ଖସିଯିବା ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking