29.1 C
Bhubaneswar
Friday, May 3, 2024
Homeଦେଶ ବିଦେଶୟୁଜର୍ସଙ୍କ ଆକ୍ରୋସର ଶିକାର ହେଲେ ବଲିଉଡ ବାଦଶାହ

ୟୁଜର୍ସଙ୍କ ଆକ୍ରୋସର ଶିକାର ହେଲେ ବଲିଉଡ ବାଦଶାହ

ନୂଆଦିଲ୍ଲୀ: ପୁଣି ସୋସିଆଲ ମିଡିଆ ୟୁଜର୍ସଙ୍କ ଆକ୍ରୋସର ଶିକାର ହୋଇଛନ୍ତି ବଲିଉଡର ସୁପରଷ୍ଟାର ଶାହାରୁଖ ଖାନ । ଗୁରୁବାର ସକାଳେ ଟ୍ୱିଟରରେ #BoycottShahRukhKhan ଟ୍ରେଣ୍ଡ କରୁଛି । ୟୁଜର୍ସ କିଙ୍ଗ ଖାନଙ୍କ ଆଗାମୀ ଫିଲ୍ମ ପଠାନକୁ ମଧ୍ୟ ବୟକଟ କରିବାକୁ ଆହ୍ୱାନ ଦେଇଛନ୍ତି ।

ଟ୍ୱିଟରରେ ପ୍ରାୟତଃ ସମୟରେ କୌଣସି ନା କୌଣସି ବ୍ୟକ୍ତି ବିଶେଷଙ୍କ ବଏ କଟ ନେଇ ଟ୍ୱିଟରରେ ଟ୍ରେଣ୍ଡିଂ ଚାଲିଥାଏ। ଗତମାସରେ ବଏ କଟ Salman Khan ଟ୍ରେଣ୍ଡ କରୁଥିଲା । ବଲିଉଡରେ ଭାଇଜାନଙ୍କ ୩୩ ବର୍ଷ ପୂର୍ତ୍ତି ଅବସରରେ ୟୁଜର୍ସ ଏହି ଟ୍ରେଣ୍ଡ ଚଳାଇଥିଲେ। ଆଉ ଏବେ ସୁପରଷ୍ଟାର ଶାହାରୁଖ ଖାନ ୟୁଜର୍ସଙ୍କ ଆକ୍ରୋସର ଶିକାର ହୋଇଛନ୍ତି ।

ଗୁରୁବାର ସକାଳ ୧୦ଟା ସୁଦ୍ଧା #BoycottShahRukhKhan ଲେଖି ୨୦ ହଜାରରୁ ଊର୍ଦ୍ଧ୍ୱ ଟ୍ୱିଟ ହୋଇଥିଲା । ଏହି ହ୍ୟାସଟ୍ୟାଗ କିଛି ଘଣ୍ଟା ମଧ୍ୟରେ ଟ୍ରେଣ୍ଡିଂର ଟପ୍-୧ ସ୍ଥାନକୁ ପହଞ୍ଚିଥିଲା। ୟୁଜର୍ସ ଶାହାରୁଖଙ୍କୁ ଦେଶଦ୍ରୋହି ବୋଲି କହିବା ସହ ଆଫଗାନିସ୍ତାନ ପଠାଇବାକୁ ଦାବି କରୁଛନ୍ତି । ଏପରି କି ଅନେକ ତାଙ୍କର ମିମସ୍ ସେୟାର କରିବା ସହ ଫିଲ୍ମକୁ ବି ବଏ କଟ କରିବାକୁ କହୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking