37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶ୬ ଆତଙ୍କବାଦୀ ଗିରଫ ପରେ ଏକ ବଡ ଆତଙ୍କୀ ହାମଲାରୁ ଅଳ୍ପକେ ରକ୍ଷା ପାଇଗଲା ଦେଶ

୬ ଆତଙ୍କବାଦୀ ଗିରଫ ପରେ ଏକ ବଡ ଆତଙ୍କୀ ହାମଲାରୁ ଅଳ୍ପକେ ରକ୍ଷା ପାଇଗଲା ଦେଶ

ନୂଆଦିଲ୍ଲୀ: ଦେଶରେ ଏକ  ବଡ ଆତଙ୍କୀ ହାମଲା ନେଇ ଷଡଯନ୍ତ୍ରର ଖୁଲାସା ହୋଇଛି । ଭିନ୍ନ ଭିନ୍ନ ସ୍ଥାନରୁ ଗିରଫ ହୋଇଥିବା ୬ ଜଣ ଆତଙ୍କବାଦୀମାନେ ସହରରେ ବିସ୍ଫୋରଣ ନେଇ ଖୁଲାସା କରିଛନ୍ତି । ଅନେକ ରାଜ୍ୟର ପୁଲିସ ଏବେ ଏହି ଷଡଯନ୍ତ୍ର ପଛର ମୂଳ ପର୍ଯ୍ୟନ୍ତ ପହଂଚିବା ପାଇଁ ଲାଗିପଡିଛନ୍ତି । ତେବେ କୁହାଯାଉଛି ଯେ, ଶେଷ ମୂହୂର୍ତ୍ତରେ ପର୍ଦ୍ଦାଫାସ ହେବା କାରଣରୁ ଦେଶ ଅଳ୍ପକେ ରକ୍ଷା ପାଇଯାଇଛି ।  ଏହି ଆତଙ୍କବାଦୀଙ୍କ ମଧ୍ୟରେ ଜଣଙ୍କର ନାମ ଜାନ ମୋହମ୍ମଦ ଶେଖ, ଯିଏ ମୁମ୍ବାଇରେ ରୁହେ । ତାକୁ ପୋଲିସ ରାଜସ୍ଥାନ କୋଟାରୁ ଗିରଫ କରିଛି । ଏହି ଗ୍ୟାଙ୍ଗରେ ଥିବା ଦ୍ୱିତୀୟ ଆତଙ୍କବାଦୀର ନାମ ଅବୁ ବକ୍ର । ଯିଏ ୟୁପି ବହରାଇଚରେ ବାସ କରେ । ତାକୁ ଦିଲ୍ଲୀରୁ ପୋଲିସ ଗିରଫ କରିଛି । ସେହିଭଳି ତୃତୀୟ ଆତଙ୍କବାଦୀ ଓସାମାକୁ ବି ପୁଲିସ ଦିଲ୍ଲୀରୁ ଗିରଫ କରିଛି । ୪ର୍ଥ ଆତଙ୍କବାଦୀର ନାମ ମୁଲଚନ୍ଦ ଓରଫ ଲାଲା । ସେ ୟୁପିର ରାୟବରେଲିରେ ବାସ କରେ । ସେହିଭଳି ୫ମ ଆତଙବାଦୀ ପ୍ରୟାଗରାଜର ଜିଶାନ କମର ଓ ୬ଷ୍ଠ ଆତଙ୍କବାଦୀ ଲକ୍ଷନଉର ଆମିର ଜାଭେଦ ବୋଲି ଜଣାପଡିଛି ।
ପୁଲିସର କହିବା ମୁତାବକ, ଦେଶର ଅନେକ ସହରରେ ବିସ୍ପୋଟକ ପହଂଚିସାରିଥିଲା ।  ଜାନ ମୋହମ୍ମଦ ମୁମ୍ବାଇରୁ ୟୁପି ଯିବା ସମୟରେ ଧରା ପଡିଥିଲା । ସେ ୟୁପିରୁ ବିସ୍ପୋଟକ ଆଣିବା ପାଇଁ ଯାଉଥିଲା । ବ୍ଲାଷ୍ଟ ପାଇଁ ଉତ୍ତରପ୍ରଦେଶ ସବୁଠୁ ଅଧିକ ଫୋକସରେ ଥିଲା । ଅନେକ ରାଜ୍ୟର ପୁଲିସ ଏବେ ଏହି ସନ୍ଧାନରେ ଲାଗିଛନ୍ତି କି ବିସ୍ପୋଟକ କେଉଁ କେଉଁ ସହରରେ ପହଂଚିଛି । ଏହି ଷଡଯନ୍ତ୍ରରେ ମୋଟ କେତେ ଆତଙ୍କବାଦୀ ସାମିଲ ଥିଲେ । ବର୍ତମାନ ପୁଲିସ କୁ ଆତଙ୍କବାଦୀ ଓସାମାର ଦୁଇ ସଂପର୍କୀୟଙ୍କ ସନ୍ଧାନ ରହିଛି । କୁହାଯାଉଛି ହୁମୈଦ ଆତଙ୍କୀ ଓସାମାର ଚାଚା । ହୁମୈଦର କାମ ଥିଲା ଆଇଇଡି ପହଂଚାଇବା ।  ଆଉ ଜଣେ ସନ୍ଦିଗ୍ଧ ହେଲା ଅବଦୁର ରେହମାନ । ଯିଏ ଓସାମାର ପିତା । ସୂତ୍ର ଅନୁସାରେ, ଉବଦର ରେହମାନ ଦୁବାଇରେ ଥାଇପାରେ । କାରଣ ସେ ଆଇଏସଆଇ ସହ ସିଥା ସଂପର୍କରେ ଥିବା ଜଣାପଡିଛି । ଓସାମାକୁ ପଚରାଉଚୁରା ଓ ମୋବାଇଲ ଚାଟରୁ ଏହାର ଖୁଲାସା ହୋଇଛି । ଖବର ଅନୁଯାୟୀ, ପ୍ରଥମେ ଆଇଏସଆଇ ଙ୍କ ଟାର୍ଗେଟରେ ୟୁପି ଥିଲା । ଏହାପରେ ମହାରାଷ୍ଟ୍ର । ମୋଟାମୋଟି ଦେଖିବାକୁ ଗଲେ, ପୁରା ଷଡଯନ୍ତ୍ର ୧୯୯୩ର ମୁମ୍ବାଇ ବ୍ଲାଷ୍ଟ ପାଟର୍ନରେ ରଚାଯାଇଥିଲା । ୯୩ ମସିହା ମୁମ୍ବାଇ ସିରିଜ ବିସ୍ଫୋରଣ ଭଳି ବିଭିନ୍ନ ସ୍ଥାନରେ ବ୍ଲାଷ୍ଟ ଯୋଜନା କରିଥିଲେ ଏହି ଆତଙ୍କବାଦୀମାନେ । ୧୯୯୩ ମସିହା ଭଳି ଏହା ମଧ୍ୟ ଏକ ପାକିସ୍ତାନୀ ସମର୍ଥିତ ଆତଙ୍କୀ ଯୋଜନା ଥିବା ଜଣାପଡିଛି । ଏପରିକି ଗିରଫ ଆତଙ୍କବାଦୀ ଜେରା ବେଳେ କିଛି ସ୍ଲିପର ସେଲ ଏହି ଯୋଜନାରେ ସାମିଲ ଥିବା ନେଇ ମଧ୍ୟ ଖୁଲାସା ହୋଇଛି । ୧୪ ଦିନିଆ ରିମାଣ୍ଡର ଦ୍ୱିତୀୟ ଦିନରେ ଏମିତି ତଥ୍ୟ ସାମ୍ନାକୁ ଆସିଛି । ମଙ୍ଗଳବାର ଦିଲ୍ଲୀ ପୁଲିସ ଏହି ୬ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଗିରଫ ବେଳେ ପୋଲିସ ସେମାନଙ୍କ ଠାରୁ ଦେଢ କେଜିର ଆରଡିଏକ୍ସ ଜବତ କରିଥିଲା ।

୧୯୯୩ ଭଳି ଡି କମ୍ପାନୀକୁ ବିସ୍ଫୋଟକ ପହଂଚାଇବା ଓ ଫଣ୍ଡିଂର କାମ ଦିଆଯାଇଥିଲା । ଦାଉଦର ଭାଇ ଅନୀସର ଭୂମିକା ଏଥର ବି ସେମିତି ଥିଲା । ଯାହା ୧୯୯୩ରେ ଥିଲା । ୧୯୯୩ ଧମାକାରେ ଲୋଜିଷ୍ଟିକ ପାଇଁ ସ୍ଥାନୀୟ ଗ୍ୟାଙ୍ଗ ସାମିଲ ହୋଇଥିଲେ । ଏବେ ବି ୟୁପି, ଦିଲ୍ଲୀ ଓ ମହାରାଷ୍ଟ୍ର ଲୋକଙ୍କ ବ୍ୟବହାର କରାଯାଉଥିଲା । ୯୩ ଧମାକାରେ ଟ୍ରେନିଂ ପାଇଁ ଖାଡି ଦିଶା ରାସ୍ତାରେ ଦାଉଦ ଗ୍ରୁପ ଯେମିତି ପାକିସ୍ତାନ ପହଂଚିଥିଲେ , ଏଥର ବି ଟ୍ରେନିଂ ପାଇଁ ମରକତ ରାସ୍ତାରେ ଲୋକଙ୍କୁ ପାକିସ୍ତାନ ପଠାଗଲା । ଖାଲି ଏତିକି ନୁହେଁ ୯୩ ବ୍ଲାଷ୍ଟରେ ସମସ୍ତ ସହଯୋଗ ଯେପରି ଅନୀସ ଇବ୍ରାହିମ କରିଥିଲା, ୨୦୨୧ରେ ବି ଅନିସ ଇବ୍ରାହିମକୁ କୋଓର୍ଡିନେଟର ବନାଯାଇଥିଲା । ଷଡଯନ୍ତ୍ର ଏମିତି ଥିଲା ଯେ, ନବରାତ୍ରୀ, ରାମଲିଳା ଭଳି ପାର୍ବଣର ମାହୋଲରେ ଏକାସାଙ୍ଗରେ ଅନେକ ସ୍ଥାନରେ ବ୍ଲାଷ୍ଟ କରି ଦେଶକୁ ଦୋହଲାଇ ଦେବା । ଏ ସମସ୍ତ ମାମଲାର ତଦନ୍ତ ବର୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ଯେତେ ତଦନ୍ତ ଆଗକୁ ବଢିବ, ପୁରା ଆତଙ୍କୀ ପ୍ଲାନ ସାମ୍ନାକୁ ଆସିବ ।

ଅନ୍ୟପଟେ ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ ଘଟଣାରେ ଆଉ ଜଣେ ଗିରଫ ହୋଇଛନ୍ତି । ଗିରଫ ବ୍ୟକ୍ତି ସଚିନ କୁମାର, ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡିଛି । ସଚିନ ଡିଆରଡିଓରେ ଜଣେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିଲେ । ପୋଲିସ ତାଙ୍କୁ କୋର୍ଟରେ ହାଜର କରିଥିବା ବେଳେ ଜାମିନ ନାମୁଂଜର ହୋଇଛି । ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଥିଲା ବାଲେଶ୍ୱର ପୋଲିସ । ଫଳରେ ତଥ୍ୟ ଲିକ ଘଟଣାରେ ଗିରଫଦାରୀ ସଂଖ୍ୟା ୫ରେ ପଂହଚିଛି । ଏମାନେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇକୁ ତଥ୍ୟ ଲିକ କରୁଥିବା ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking