26.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଓ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘରେ ଆଇଟି ରେଡ୍

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଓ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘରେ ଆଇଟି ରେଡ୍

ମୁମ୍ବାଇ: ଫିଲ୍ମ ନିର୍ମାତା ଅନୁରାଗ କଳ୍ୟପ, ଅଭିନେତ୍ରୀ ତାପସୀ ପନ୍ନୁଙ୍କ ମୁମ୍ବାଇ ପୁନେ ସ୍ଥିତ ବାସଭବନରେ ଇନକମ ଟ୍ୟାକ୍ସ ଟିମ ଚଢାଉ କରିଛନ୍ତି । ସୂତ୍ର ଅନୁସାରେ, ଟ୍ୟାକ୍ସ ଚୋରି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ମୁମ୍ବାଇ ଓ ପୁନେର ପ୍ରାୟ ୨୦ଟି ସ୍ଥାନରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ଏହାସହିତ ଏକ ଟାଲେଣ୍ଟ ଏଜେନ୍ସି, ଅନୁରାଗ କଶ୍ୟପଙ୍କ ଫେଣ୍ଟମ ଫିଲ୍ମ ଓ ପ୍ରଡ୍ୟୁସର ମଧୁ ମଣ୍ଟେନାଙ୍କ ଘରେ ଚଢାଉ କରାଯାଇଛି । ତାପସୀ ପନ୍ନୁ ଓ ଅନୁରାଗ କଶ୍ୟପଙ୍କ ବିରୋଧରେ ଟ୍ୟାକ୍ସ ରେଡ୍ ନେଇ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି, ଇନକମ ଟ୍ୟାକ୍ସ ବିଭାଗକୁ ଯେଉଁ ବିଷୟରେ ସୂଚନା ମିଳେ ସେମାନେ ସେହି ଆଧାରରେ ତାର ଯାଂଚ କରନ୍ତି ଏବଂ ପରେ ମାମଲା କୋର୍ଟକୁ ଯାଏ । କଶ୍ୟପ ଓ ପନ୍ନୁ ରାଷ୍ଟ୍ରୀୟ ପ୍ରସଙ୍ଗ ଉପରେ ନିଜ ରାୟ ରଖନ୍ତି । କୃଷକ ଆନ୍ଦୋଳନ ଆଡକୁ ଧ୍ୟାନ କେନ୍ଦ୍ରିତ କରିଥିବା ପପ୍ ଗାୟିକା ରିହାନାଙ୍କ ଟ୍ୱିଟ ପରେ ବଡ ବଡ ଫିଲ୍ମ ତାରକାଙ୍କ ପ୍ରତିକ୍ରିୟାର ତାପସୀ ଆଲୋଚନା ମଧ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking