30.1 C
Bhubaneswar
Saturday, April 27, 2024
Homeଓଡିଶାପୋଲିସ୍ ସାମନାରେ କ'ଣ କହିଲା ଗୋବିନ୍ଦ ?

ପୋଲିସ୍ ସାମନାରେ କ’ଣ କହିଲା ଗୋବିନ୍ଦ ?

ବଲାଙ୍ଗିର : ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର୍ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଅଭିଯୁକ୍ତ ଗୋବିନ୍ଦକୁ ନେଇ ପୋଲିସ୍ ଆଜି କ୍ରାଇମସିନ୍ ରିକ୍ରିଏସନ୍ କରିନପାରେ । ଗୋବିନ୍ଦର ସହଯୋଗୀ ରାଧେ ଓ କଲେଜର ମୁନସିକୁ ଜେରା କରାଯାଇପାରେ । ଗତକାଲି ଜେରା କରାଯାଉଥିବା ବେଳେ ହତ୍ୟାକାଣ୍ଡ ସମ୍ପର୍କରେ ଗୋବିନ୍ଦ ବର୍ଣ୍ଣନା କରିଥିଲା ବୋଲି ସୂଚନା ମିଳିଛି । ମମିତାଙ୍କୁ ନେଇ ମାଣିକେଶ୍ୱରୀ ମନ୍ଦିରରେ ଶପଥ କରିବାକୁ କହିଥିଲା ଗୋବିନ୍ଦ ।

ଗୁମର ପ୍ରଘଟ ନ କରିବାକୁ କହିଥିଲା ଗୋବିନ୍ଦ । କିନ୍ତୁ ସେ ରାଜି ନହେବାରୁ ହତ୍ୟା କରିବାକୁ ନିଷ୍ପତି ନେଇଥିଲା ଗୋବିନ୍ଦ । କୁଶୁଡ଼ୁ ଛକରେ ଦିନ ୧୧ ଟାରେ ମମିତାଙ୍କ ତଣ୍ଟିଚିପି ହତ୍ୟା କରିଥିଲା । ଗୋବିନ୍ଦ ଆଗକୁ କହିଛି ଯେ, ହତ୍ୟାପୋର ମୃତଦେହକୁ ଘରକୁ ନେଇ ଯାଇଥିଲା ଗୋବିନ୍ଦ । ଆଉ ରାତିରେ ହିଁ ମୃତଦେହକୁ ପୋଡ଼ିବା ଓ ପୋତିବା କାର୍ଯ୍ୟ କରିଥିଲା ।

ରାଧେକୁ ଷ୍ଟାଡିୟମ୍ ଗାତ ନିକଟରେ ଟାୟାର ରଖିବାକୁ କହିଥିଲା । ମୁନସିକୁ ଗାତ ନିକଟରେ କାଡବୋର୍ଡ ମହଜୁଦ୍ ରଖିବାକୁ କହିଥିଲା । ଆଉ ରାତିରେ ନିଜେ ଶବକୁ ପୋଡ଼ିବା ଓ ପୋତିଥିବା କହିଛି ଗୋବିନ୍ଦ । ଖାଲି ସେତିକି ନୁହେଁ ସେ ନିଜ ସହଯୋଗୀ ମାନଙ୍କୁ କାମ ଦେଇଥିଲା କିନ୍ତୁ କାରନାମା ସମ୍ପର୍କରେ କିଛି ଜଣାଇନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking