39.1 C
Bhubaneswar
Friday, April 26, 2024
Homeଓଡିଶାସଂକ୍ରମଣ ବଢିବା ନେଇ ବିଏମସିର କଡା କାର୍ଯ୍ୟାନୁଷ୍ଠାନ

ସଂକ୍ରମଣ ବଢିବା ନେଇ ବିଏମସିର କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ରାଜ୍ୟରେ ବଢୁଛି କୋଭିଡ୍ ସଂକ୍ରମଣ । ସଂକ୍ରମଣ ବଢିବା ନେଇ ବିଏମସିର କଡା କାର୍ଯ୍ୟାନୁଷ୍ଠାନ । ବିଏମସି ଅଞ୍ଚଳରେ କୋଭିଡ୍ ନିୟମ ନ ମାନିଲେ ଜନସାଧାରଣଙ୍କୁ ପଡିବ ମହଙ୍ଗା । ବିଏମସି କଟକଣା ନମାନିଲେ ଦେବା କୁ ପଡିବ ଜୋରିମାନା । ଏ ନେଇ ସୂଚନା ଦେଲେ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି । ସେ ଆହୁରି କହିଛନ୍ତି, ସତର୍କ ଓ ସଚେତନ ହୁଅନ୍ତୁ ନଚେତ ଆଗକୁ ନିୟମ ଖିଲାପକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଏମସି । ସଂକ୍ରମଣ ରୋକିବାକୁ ଏପରି ନିଷ୍ପତ୍ତି ନିଆଯାଇପାରେ । ରାଜଧାନୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଲୋକମାନେ କୋଭିଡ୍ କଟକଣା ନମାନିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜୁଛି ବୋଲି କୁହାଯାଉଛି । ଯାହାକୁ ଦୃଷ୍ଟିରେ ରଖି ବିଏମସି ଏଭଳି ପଦକ୍ଷେପ ଗ୍ରହଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking